centurian jitm

ପାର୍କ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପାର୍କ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଛି । ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ ହୋଇ ପଡିଛି । ସୂଚନାମତେ, ୨୦୨୦-୨୧ ମସିହାରେ ୬ ଲକ୍ଷ ଟଙ୍କାର ଅଟକଳ ପରିମାଣ ରହିଛି । ସଇଁନ୍ତଲା ସମରାବୁଢା ପାର୍କ ନିର୍ମାଣ କାର୍ଯ୍ୟ କରି ମିଳିମିଶି ସରପଞ୍ଚ ଓ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରି ନେଇଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ପାର୍କ ନିର୍ମାଣ କାର୍ଯ୍ୟ ହୋଇଛି ସତ କିନ୍ତୁ ପାର୍କର ଉନ୍ନତି ଦିଗରେ କୌଣସି ପ୍ରକାରର ପଦକ୍ଷେପ ମଧ୍ୟ ନିଆଯାଇ ନାହିଁ । ପିଲାମାନଙ୍କ ଖେଳିବା ପାଇଁ ନା ଅଛି ଖେଳଣା ନା ଲଗାଯାଇଛି ଫୁଲ ଗଛ । ଯାହା ଫଳରେ ଜନସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ ହୋଇଥିବା ବେଳେ ବାଡ଼ ମଧ୍ୟ ଭାଙ୍ଗିବାରେ ଲାଗିଛି । ତେବେ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.