କଟକ କମିଶନରେଟ୍ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନ

କଟକ : ଆଜି କମିଶନରେଟ ପୋଲିସ କଟକ ୟୁପିଡି ପକ୍ଷରୁ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର ଓ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ବାଲି ସାହିରୁ ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଧାରରେ ଅନୁଷ୍ଠିତ ହୋଇଯାଇଛି ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର । ଏଥିରେ ମେଡ଼ିସିନ୍, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି, ହୃଦରୋଗ, ମଧୁମେହ, ରକ୍ତଚାପ ଭଳି ରୋଗର ବିଭିନ୍ନ ପରୀକ୍ଷା ନିରୀକ୍ଷା ସାଙ୍ଗକୁ ଉପଯୁକ୍ତ ଔଷଧ ବିତରଣ କରାଯାଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୭୦୦ରୁ ୧୦୦୦ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ କି ପୋଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସମ୍ପର୍କ କିଭଳି ଆହୁରି ମଜବୁତ ହୋଇପାରିବ ଏହି ଲକ୍ଷ ନେଇ ୨୦୨୧-୨୨ରେ ବସ୍ତିକୁ ଚାଲ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କଟକ ୟୁପିଡିର ଏଡିସନାଲ ଡିସିପି ରଂଜିତ କୁମାର ପୃଷ୍ଟି, ଅମରେନ୍ଦ୍ର ପଣ୍ଡା, ସୁଦର୍ଶନ ଦାସ, କ୍ଷୀରସାଗର ନାୟକ, ଏସିପି ଅନନ୍ୟା ଅଗସ୍ଥ୍ୟ, ଏସପି ଅମିତାଭ ମହାପାତ୍ର, ଏସିପି ଅଶୋକ କୁମାର ଗିରି, ଆଇଆଇସି ଚିତ୍ତରଞ୍ଜନ ରାଉତ, ରିଜର୍ଭ ଇନ୍ସପେକ୍ଟର ବିଭୁପ୍ରସାଦ ପ୍ରଧାନ ଏବଂ କଟକ ସହରାଞ୍ଚଳ ଜିଲ୍ଲାର ସମସ୍ତ ଏସିପି ଓ ଆଇଆଇସି ସହଯୋଗ କରିଥିଲେ । ସାଧାରଣ ଜନତାଙ୍କ ସହ ପୋଲିସର ସମ୍ପର୍କକୁ ଏହି କାର୍ଯ୍ୟକ୍ରମ ଆହୁରି ମଜବୁତ କରିବ ବୋଲି କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଥିଲେ ।

Leave A Reply

Your email address will not be published.