- ୯୮ ଲକ୍ଷ ୬ ହଜାର ୫୯୨ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ, ୫ ବାଇକ୍ ଏବଂ ଏକ ଚାରିଚକିଆ ଯାନ ଜବତ
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି । ଗତ ୩୦ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୧୫ ଲିଟର ହାତରନ୍ଧା ମଦ, ୩୬ ଲିଟର ବାହାର ଭାଟିମଦ, ୫ କେଜି ଗଞ୍ଜେଇ ଏବଂ ୬୫୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୪ ଲକ୍ଷ ୨୯ ହଜାର ୭୦୦ ଟଙ୍କା ହେବ । ଅଦ୍ୟାବଧି ଅବକାରୀ ବିଭାଗ ୬୯ ଲିଟର ବିଅର୍, ୩୮ ଲିଟର ବିଦେଶୀ ମଦ, ୫୭୯୫ ଲିଟର ହାତ ରନ୍ଧା ମଦ, ୧୨୦୭ ଲିଟର ବାହାର ଭାଟିମଦ, ୬୦ କେଜି ଗଞ୍ଜେଇ ଏବଂ ୧,୩୬,୭୦୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୯୮ ଲକ୍ଷ ୬ ହଜାର ୫୯୨ ଟଙ୍କା ହେବ । ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮୫ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୦୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।