ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ପାଇଁ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମଠାରେ ଋଷିକୁଲ୍ୟା ନଦୀକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ଅଭିଯାନରେ ସାମିଲ ହେବା ପାଇଁ ଆୟୋଜିତ ସଭାରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା । ଋଷିକୁଲ୍ୟା ନଦୀ ହେଉଛି ଗଞ୍ଜାମର ଭାତହାଣ୍ଡି ଏହାକୁ ଛାଡି ଗଞ୍ଜାମର ବିକାଶ ସମ୍ଭବ ନୁହେଁ । ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ ସାମାନ୍ତରା ଯୋଗଦେଇ ଋଷିକୁଲ୍ୟା ନଦୀ ଗଞ୍ଜାମବାସୀଙ୍କ ଜୀବନ ରେଖା ଏଣୁ ଋଷିକୁଲ୍ୟା ନଦୀର ଚିରସ୍ରୋତା ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ର ସମନ୍ୱୟ ତରଫରୁ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟର ଜିଲ୍ଲା ମାନଙ୍କରେ ନଦୀ ସୁରକ୍ଷା ଓ ପରିବେଶ ସୁରକ୍ଷା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଋଷିକୁଲ୍ୟା ନଦୀ ବଞ୍ଚାଅ, ମାନବିକତା ବଞ୍ଚାଅ ଅଭିଯାନ ଚାଲୁ ରହିଛି । ଗ୍ରାମର ଜଳ ସମସ୍ୟା, ନଦୀବନ୍ଧର ସୁରକ୍ଷା କରିବା ନିମନ୍ତେ ପୁରୁଷୋତ୍ତମ ଚର୍ତି, ପୂର୍ବତନ ସରପଞ୍ଚ ଭାସ୍କର ନାୟକ, ତ୍ରିନାଥ ଦାସ ପ୍ରମୁଖ ପଞ୍ଚାୟତ ଜରିଆରେ ସରକାରଙ୍କ ନିକଟରେ ଦାବୀ କରିବା ପାଇଁ ଆଲୋଚନା କରାଯାଇଥିଲା । ନଦୀବନ୍ଧ ହୁଡ଼ାରେ ୫ କିଲୋମିଟର ପର୍ଯ୍ୟନ୍ତ ଗଛ ଲଗାଇ ନଦୀବନ୍ଧକୁ ମଜବୁତ କରିବା ସଙ୍ଗେ ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା କରିବାକୁ ଆଲୋଚାନା କରାଯାଇଥିଲା । ଅନ୍ୟତମ ଅତିଥି ରୂପେ ସମାଜସେବୀ ଭାଗିରଥି ବେହେରା ଯୋଗଦେଇ ସମସ୍ତେ ଏକାଠି ହୋଇ ଗଛ ଲଗାଇ ପରିବେଶ ସୁରକ୍ଷା କଲେ ଜଳର ସୁରକ୍ଷା ହୋଇପାରିବ ବୋଲି କହିଥିଲେ । ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଯୋଗଦେଇ ଆମର ଭବିଷ୍ୟତ ପିଢିଙ୍କ ପାଇଁ ନଦୀର ସୁରକ୍ଷା ଓ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାକୁ ପଡିବ ବୋଲି କହିଥିଲେ । କରପଡା ସରପଞ୍ଚ ଅଜୟ କୁମାର ନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେଦାର ନାୟକ, ଭାସ୍କର ନାୟକ, ଚନ୍ଦ୍ର ଚର୍ତି, ବିପ୍ର ଦାସ, ତ୍ରିନାଥ ଦାସ, ବିପିନ ନାୟକ, ସାଧୁ ନାୟକ, ମିନି ମହାପାତ୍ର, ମମତା ନାୟକ, ଲକ୍ଷ୍ମୀ ନୃସିଂହ ରଥ, ଗଣପତି ବାରିକ, ବିଷ୍ଣୁ ନାୟକ, ରାମଚନ୍ଦ୍ର ନାହାକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.