ନିଶା ଦ୍ରବ୍ୟର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ ନେଇ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଶାମୁକ୍ତ ଭାରତ ପାଇଁ ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଆନୁକୂଲ୍ୟରେ ଏବଂ ଏନଆଇଏସଡ଼ି, ନୂଆଦିଲ୍ଲୀ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ ସହାୟତାରେ ଏକ ଦିବସୀୟ ନିଶା ଦ୍ରବ୍ୟର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ ନେଇ ସଚେତନତା ଅଭିଯାନ ସୋମବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ରାଧାକାନ୍ତ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଆଭାର ଯୁଗ୍ମ ସମ୍ପାଦକ ବାଲୁଙ୍କଶ୍ଵର ପରିଡା ଅଧ୍ୟକ୍ଷତା କରିଥିଲେ । ଆଭା ସଭାପତି ସୁଧିର ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମାଜସେବୀ ଡକ୍ଟର କ୍ଷେତ୍ରବାସୀ ପ୍ରଧାନ, ସମ୍ମାନିତ ଅତିଥି ରୂପେ ସ୍ଲାଶ୍‌ର ନିବେଦିତା ମହାନ୍ତି, ଅନ୍ୟମାନଙ୍କ ମଧ୍ୟରେ ଆଇଆରସିଏର ପ୍ରକଳ୍ପ ନିର୍ଦ୍ଦେଶକ ପପୁନ କୁମାର ସାହୁ, କାଉନସିଲର କ୍ରୀଷ୍ଣା କୁମାରୀ ଧଳ ଏବଂ ସମାଜସେବୀ ପ୍ରଫୁଲ୍ଲ କୁମାର ମହାରଣା ପ୍ରମୁଖ ଯୋଗଦେଇ ନିଶା ନିବାରଣ ଉପରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ଯୁବକମାନଙ୍କୁ ସଚେତନ କରାଇବା ନେଇ ନିଶାର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ ସ୍ଵରୂପ ଏହାର ଅପକାରୀତା, କାରଣ, ନିରାକରଣ ଓ ପ୍ରତିରୋଧକ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପପୁନ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ୍ ସାହୁ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.