ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମିଜୀବୀ ମଞ୍ଚ ଓଡ଼ିଶା ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପକ୍ଷରୁ ୧୭ଟି ଜିଲ୍ଲାରେ ପାଣି ପାଇଁ ଅଭିିଯାନ ଆରମ୍ଭ ହୋଇଯାଇଛି । ଓଡ଼ିଶାର ୧୫୩୦ଟି ଗ୍ରାମକୁ ନେଇ ପାଣିର ସର୍ବେକ୍ଷଣ କରାଯାଇଛି । ବନ୍ଦକେଡା ଗ୍ରାମବାସୀଙ୍କ କହିବା ଅନୁସାରେ ବଲାଙ୍ଗିର ଜିଲ୍ଲାର ପଞ୍ଚାୟତ ବନ୍ଦକେଡା ଗ୍ରାମର ମହିଳା ମାନେ ଓ ଲୋକ ଉନ୍ନତି ସଂଗଠନର କର୍ମୀ ସ୍ଵର୍ଣ୍ଣଲତା ନାୟକ ମିଶି ୨୦୧୯ ଅକ୍ଟୋବର ମାସ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । କିନ୍ତୁ କିଛି କାର୍ୟ୍ୟକାରୀ ହୋଇ ନଥିବାରୁ ପୁଣି ଥରେ ଜୁଲାଇ ମାସର ୨୦୨୦ ମସିହାରେ ଓ ୨୦୨୧ ମସିହାରେ ୨ଥର ବସୁଧା ଜଳ ଯୋଗାଣ କାର୍ୟ୍ୟାଳୟକୁ ଯାଇ ଜେଇଙ୍କୁ ଭେଟି ପାଣିର କଷ୍ଟ କହିଥିଲେ ଦରଖାସ୍ତ ମଧ୍ୟ ଦେଇଥିଲେ ହଲେ ଆଜିକୁ ଦୀର୍ଘ ୪ ବର୍ଷ ହୋଇ ଗଲାଣି ଯେତେବେଳେ ବି ସେମାନଙ୍କୁ ପଚାରିଲେ ହୋଇଯିବ ହୋଇଯିବ କହୁଛନ୍ତି ହେଲେ ସମସ୍ୟାର ସମାଧାନ ହେଉନାହିିଁ । ଆଉ କେତେ ଦିନ କେତେ ବର୍ଷ ପାଣି ପାଇଁ ଅପେକ୍ଷା କରିବେ ଓ ପାଣିର କଷ୍ଠ ସହିବେ ବନ୍ଦକେଡା ଗ୍ରାମବାସୀ ବୋଲି ପ୍ରଶ୍ନ କରିଛନ୍ତି ।