ଲୋଇସିଂହା ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ସଭାଗୃହ ଠାରେ ମୋ କଲେଜ ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରାୟ ସାତ ଶହରୁ ଅଧିକ କଲେଜରେ ଏହି ଅଭିଯାନକୁ ଅପରାହ୍ନ ୪ ଟା ୧୫ ରେ ଅନଲାଇନ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ସର୍ବପ୍ରଥମେ ସରସ୍ବତୀଙ୍କ ଫଟୋରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜ୍ଵଳନ କରି କାର୍ୟ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅଧ୍ୟାପିକା ଶାନ୍ତିପ୍ରିୟା ହୋତା କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଲଳିତ ମୋହନ ତ୍ରିପାଠୀ ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ । ନାକ୍ କୋଡିନେଟର ପ୍ରାଧ୍ୟାପକ ବିବେକାନନ୍ଦ ମିଶ୍ର କିଭଳି ପୂର୍ବ ଛାତ୍ରଛାତ୍ରୀ ସମୁହଙ୍କ ଗଠନମୂଳକ ସହଯୋଗରେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହୋଇପାରିବ ସେ ନେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ପ୍ରାଧ୍ୟାପକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଛାତ୍ର ମନମୋହନ ପଟେଲ, ପ୍ରଦୀପ ସାହୁ, ଜ୍ୟୋତି ରଞନ ସାହୁ, ସରୋଜ ବିଶ୍ବାଳ, ସରୋଜ ମହାକୁର, ପ୍ରଦୀପ ବଗର୍ତ୍ତୀ , ସନ୍ତୋଷ ସିଂଲାଲ, ସୁମନ୍ତ ପଧାନ, ସୁଶିଲ ଦ୍ଵାରୀ, ମାନସ କୁମାର, ତମନ୍ନା ଅଗ୍ରୱାଲ, ବବିତା ବେହେରା ପ୍ରମୁଖ ଯୋଗଦାନ କରି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!