jayashree

ପ୍ରଦ୍ୟୁଷଣ ମୁକ୍ତ ପରିବେଶ ପାଇଁ ସ୍ଵଚ୍ଛ ଭାରତ ମିଶନର ସଫଳ କ୍ରିୟାନ୍ଵୟନ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୪ ମସିହାରେ ପ୍ରଥମେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟୀତ୍ୱ ନେଲେ ସେହି ବର୍ଷ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵଚ୍ଛ ଭାରତ ମିଶନର ଶୁଭାରମ୍ଭ କରି ଏହି ଯୋଜନାର ସଫଳତା ପାଇଁ ସମଗ୍ର ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ସେହି ଦିନଠାରୁ ଏହି ଯୋଜନାର ସଫଳତା ପାଇଁ ସମଗ୍ର ଦେଶରେ ନା କେବଳ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ତା ସହିତ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି ମହାନ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଆଜି ଇସ୍ପାତ ସହରାଞ୍ଚଳ ସେକ୍ଟର-୯ରେ ଥିବା ବିକାଶ ନାମକ ଏକ ଘରୋଇ ବିଦ୍ୟାଳୟରେ ଏକ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସ୍ୱୟଂ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହ ଭାଗ ନେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ତନ୍ତୀ ନିଜ ବକ୍ତବ୍ୟରେ ଅଞ୍ଚଳର ପରିବେଶକୁ ପ୍ରଦ୍ୟୁଷଣ ମୁକ୍ତ ରଖିବାରେ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱକୁ ହୃଦ୍‌ବୋଧ କରି ସମସ୍ତେ ଏପରି କାର୍ଯ୍ୟକ୍ରମ ନିୟମିତ ଜାରି ରଖିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ନିବେଦନ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.