centurian jitm

ବାରିପଦା ବି. ଇ. ଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଡି ଆଇ ଇ ଟି ସମ୍ମିଳନୀ କକ୍ଷରେ ବାରିପଦାର ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ଓ ବିନୋଦ ସିଂ, ଅବସପ୍ରାପ୍ତ କୃତୀ ଶିକ୍ଷକ ଭାଗବତ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ଡଃ ସ୍ନେହଲତା ବେହେରା, ରାଜ୍ୟ ସ୍ତରୀୟ ଶିକ୍ଷକ ନେତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ବାରିପଦା ବ୍ଲକର ଶିକ୍ଷକ ନେତା ସିଦ୍ଧେଶ୍ୱର ମିଶ୍ର ଓ ପ୍ରଦୀପ ନାଥ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କ ସମୟନୁବର୍ତ୍ତିତା, ପ୍ରଶାସନିକ ଦକ୍ଷତା, ଅମାୟିକ ବ୍ୟବହାର ଆଦି ବିଶେଷ ଗୁଣର ଅଧିକାରୀ ଥିଲେ ବୋଲି ପ୍ରକାଶ କରିଥିଲେ । ମାତ୍ର ୨୧ ମାସର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟକରି ସେ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ । ଏହି ଅବସରରେ ବି ଇ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ସଙ୍ଘ, ସି ଆର ସି ସି ସଙ୍ଘ, ପି ସି ପୁର ଏବଂ ଏମ ଟି କେ ବିଦ୍ୟାଳୟ ଓ ହଷ୍ଟେଲ ତରଫରୁ ସମ୍ବର୍ଦ୍ଧିତ କରବା ସହ ଶିକ୍ଷକ ସତ୍ୟନାରାୟଣ ନାୟକ, ବୃନ୍ଦାବତୀ ସେନ, ନାରାୟଣ କିଙ୍କର ଦତ୍ତ, ରତ୍ନା ବାନାର୍ଜୀ ପ୍ରମୁଖ ଶ୍ରୀ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.