ଶିକ୍ଷକଙ୍କୁ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ଖୁଟୁନାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ତେତିଶ ବର୍ଷ କାର୍ଯ୍ୟ କଲା ପରେ ବଣାଇମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସେ ଗତ ଫେବୃଆରୀ ମାସରେ ଅବସର ଗ୍ରହଣ କରିଛନ୍ତି । ଜଣେ ଆଦର୍ଶ ଶିକ୍ଷକ ତଥା ଶିକ୍ଷକ ସଂଗଠନର କର୍ମକର୍ତ୍ତା ଭାବରେ ସେ ପରିଚିତ ଥିଲେ । ଅନ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ସୁଭାଷିନୀ କୁମ୍ଭାର ଯୋଗ ଦେଇଥିଲେ । ଖୁଟୁଣାପାଣି କ୍ଲଷ୍ଟରରେ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିବା ଶିକ୍ଷକମାନଙ୍କୁ ଏ ଅବସରରେ ସ୍ୱାଗତ କରାଯାଇଥିଲା । ଖୁଟୁଣାପାଣିର ପ୍ରଧାନ ଶିକ୍ଷକ ଲାଲଚନ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷକ ବୃନ୍ଦାବନ ନାଗ, ସିଆର୍‌ସିସି ଅନାଦି ବିଶି, ଶିକ୍ଷକ ସଂଘ ସଂପାଦକ ଦେବକାନ୍ତ ମେହେର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରବି ମେହେର, ଖୁସିରାମ ମଲ୍ଲିକ, ମିତ୍ରଭାନୁ ମାଝୀ, ଜଗନ୍ନାଥ ହୋତା ତଥା ଖୁଟୁଶାପାଣି ସାଧନକେନ୍ଦ୍ର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ରାଖିଉଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନେଶ୍ୱର ଯୋଷୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବଜମ ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.