ls

ଅବସର ନେଲେ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ

sb

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ ଗତକାଲି ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ଗ୍ରହଣ ଅବସରରେ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ତାଙ୍କୁ କାର୍ଯ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଟିକ୍ରାପଡ଼ାର ମୂଳ ବାସିନ୍ଦା ସ୍ୱର୍ଗତ ବିଶ୍ୱନାଥ ଶତପଥୀଙ୍କ କନିଷ୍ଠ ପୁତ୍ର କରୁଣାକର ଶତପଥୀ ବଲାଙ୍ଗିର ପିଆର ହାଇସ୍କୁଲ ତଥା ରାଜେନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟୟନ କରିଥିବା ବେଳେ ୩୦ ମାର୍ଚ୍ଚ ୧୯୮୭ରେ ସେ ଚାକିରୀରେ ଯୋଗଦାନ କରି ଦୀର୍ଘ ୩୪ ବର୍ଷ ୨ ମାସ କାଳ ରାଜ୍ୟ ସରକାରଙ୍କୁ ସେବା ଦେଇ ଆସିଥିଲେ । ଏବେ ସେ ଫଟୋ କଳା ଚିତ୍ର ଓ ସମାଜସେବା କାମରେ ନିଜକୁ ନିୟୋଜିତ କରି ଜୀବନର ବାକିତକ ଆୟୁଷ କଟାଇବେ ବୋଲି କହିଛନ୍ତି ।

pc pk
Leave A Reply

Your email address will not be published.