centurian jitm

ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ 

nschool

ଢେଙ୍କାନାଳ, (ତାପସ ଦାସ) : ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ନ ୪ ଘଟିକା ସମୟରେ କୋଭିଡ-୧୯ ନିୟମ ଅନୁପାଳନରେ ଶତାୟୁ, ବି.ବି.ହାଇସ୍କୁଲ, ଢେଙ୍କାନାଳର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅବସ୍ଥାପିତ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ୍‌’ର ଜିଲ୍ଲା ଦଳ ମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ସଭାର ଉଦ୍ଦେଶ୍ୟ ଜ୍ଞାପନ, ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେ ନିଜ ଅଭିଭାଷଣରେ ବିଦାୟୀ ଶିକ୍ଷକଙ୍କ ସଫଳ ଶିକ୍ଷା ଜୀବନର ଅବିସ୍ମରଣୀୟ ସ୍ମୃତିରାଜିକୁ ରୋମନ୍ଥନ କରିବା ସଙ୍ଗେ ସଂଗେ ତାଙ୍କର ସମୟାନୁବର୍ତ୍ତିତା, ନିଷ୍ଠାପରତା, କର୍ତ୍ତବ୍ୟ ପରାୟଣତା, ଶିଷ୍ୟବତ୍ସଳତା, ସହନଶୀଳତା ଓ ସର୍ବଜନପ୍ରିୟତା ଭଳି ଜଣେ ସଫଳ ଶିକ୍ଷକଙ୍କ ସମସ୍ତ ସୁଗୁଣାବଳୀର ସର୍ବଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ମତପ୍ରକାଶ କରିଥିଲେ । ସରକାରୀ ଚାକିରିରୁ ଅବସର ଗ୍ରହଣକୁ ଏକ ନିଷ୍ଠୁର ବାସ୍ତବତା ଭାବରେ ଗ୍ରହଣ କରି ଅବଶିଷ୍ଟ ଜୀବନର ଚଲାପଥକୁ କୁସୁମିତ କରି ସଫଳଶିକ୍ଷା ପ୍ରସାରରେ ବ୍ରତୀ ହୋଇ ସମାଜର ବହୁମୂଲ୍ୟ ସେବାରେ ନିଜକୁ ସମର୍ପିତ କରିବାକୁ ସେ ସୁପରାମର୍ଶ ପ୍ରଦାନ କରିଥିଲେ ଓ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ ।ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଶ୍ୱେତପଦ୍ମା ମିଶ୍ର, ସୁଭାଷ କୁମାର ନନ୍ଦ, ସ୍ଵର୍ଣ୍ଣମୟୀ ଶତପଥୀ, ଇତିଶ କୁମାର ବରାଳ, ଅନୁପମା ପଣ୍ଡା, ନୂତନ ଭାବରେ ଯୋଗଦାନ କରିଥିବା ସଂସ୍କୃତ ଶିକ୍ଷକ ଦୀପ୍ତିଶ ଶତପଥି ଓ କଲ୍ୟାଣି ବଡ଼ଜେନାଙ୍କ ସ୍ୱରଚିତ ହୃଦୟସ୍ପର୍ଶୀ ସୁମଧୁର ସଙ୍ଗୀତ ଗାନ, ସମସ୍ତେ ଶ୍ରୀ ପଣ୍ଡାଙ୍କ ସମ୍ପର୍କରେ ନିଜ ବକ୍ତବ୍ୟରେ ତାଙ୍କ ସହିତ ସୁମଧୁର ସମ୍ପର୍କର ସ୍ମୃତିଚାରଣ କରି ସେ ସୁଶିକ୍ଷକ ହେବାର ସମସ୍ତ ଗୁଣାବଳୀର ଅନନ୍ୟ ସମାହାର ବୋଲି ବର୍ଣ୍ଣନା କରିଥିଲେ ଓ ତାଙ୍କର ଦୀର୍ଘ ନିରାମୟ ସଫଳ ଜୀବନ କାମନା କରିଥିଲେ । ଅବସର ଗ୍ରହଣ କରୁଥିବା ବିଦାୟୀ ଶିକ୍ଷକ ସୁରେଶ କୁମାର ପଣ୍ଡା ନିଜ ବିଦାୟକାଳୀନ ବକ୍ତବ୍ୟରେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଏ ଶତାୟୁ ବିଦ୍ୟାଳୟ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ତାଙ୍କର ସୁମଧୁର ସ୍ମୃତିରାଜି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ । ବିଦ୍ୟାଳୟର ତାଙ୍କର ଅତିପ୍ରିୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ) ଅବସର ଗ୍ରହଣ କରୁଥିବା ବିଦାୟୀ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସଭାପତିଙ୍କ ବକ୍ତବ୍ୟ ପ୍ରଦାନ ଅବସରରେ ବିଦାୟୀ ଅବସରପ୍ରାପ୍ତ ଶିକ୍ଷକ ସୁରେଶ କୁମାର ପଣ୍ଡା ସର୍ବୋତ୍ତମ ଶିକ୍ଷକ ଭାବରେ ଯେଉଁ ପ୍ରଦର୍ଶନ କରି ଯାଇଛନ୍ତି ତାହା ଅଭୂତପୂର୍ବ ଓ ଏହାକୁ ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରଖିବାକୁ ଦୃଢ଼ ଆଶା ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ରାଉତ, ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ସୁଚିତ୍ରା ସାହୁ, କିରଣମୟୀ ମହାଳିକ, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା, କ୍ଷୀରାବଧିତନୟା ମହାପାତ୍ର, ରଶ୍ମି ହୋତା, କଳ୍ପନା ବାରିକ, ଶୁଭଶ୍ରୀ ଶୁଭସ୍ମିତା ରାଉତ, ସୁଜିତ ବାରା, ସୁବ୍ରତ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.