
ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଣୁକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେନ୍ଦ୍ର ରଣା, ଗଣେଶ ରଣା, ରତନ ରଣା, ବିଘ୍ନରାଜ ରଣା, ହୁସେନ ସାଗର ପ୍ରମୁଖ ଗ୍ରାମବାସୀମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ ସଭା ପରିଚାଳନା କରିଥିଲା ବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ମାନପତ୍ର ପଠନ କରିଥିଲେ । ଏଥିରେ ଶ୍ରୀ ମିଶ୍ରଙ୍କୁ ପୁଷ୍ପମାଲ୍ୟ ସହ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଦୀର୍ଘ ୩୪ ବର୍ଷ ଧରି ଶିକ୍ଷକତା କ୍ଷେତ୍ରରେ ଅନେକ ମହତ୍ୱ କାର୍ଯ୍ୟଥିବା ସହ ଅବସରକାଳୀନରେ ତାଙ୍କ ଜୀବନ ସୁଖମୟ ହେବାର କାମନା କରିଥିଲେ । ସଭା ଶେଷରେ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କ ଜୀବନକୁ ଅନ ଶାସନ ଯୁକ୍ତ କରିବା ପାଇଁ ଉପଦେଶ ଦେବା ସହ ସାଥି ସହକର୍ମୀଙ୍କୁ ଉତ୍ସାହିତ ହୋଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଗ୍ରାମବାସୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଶିକ୍ଷକଙ୍କୁ ନେଇ ଗ୍ରାମ ପରିକ୍ରମା କରାଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଶିକ୍ଷକ ରାମନାରାୟଣ ଦାଶ, କୃପାସିନ୍ଧୁ ମିଶ୍ର, ଦୀପକ ସେନ ଧରୁଆ, ସମୀର ସେଠି, ହିମାଂଶୁ ବିଶ୍ଵାଳ, ଅବିନାଶ ଭୋଇ, ଦେବେଶ ହୋତା , ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ଦ୍ରୌପଦୀ ଭୋଇ, ତପସ୍ଵିନୀ ପଟେଲ, କାନ୍ତି ଭୋଇ, ଶିବାନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ମନରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।