ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦୁଲୁକିବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ମୋଟର ମୁଖୀଗୁଡା ପିଡବ୍ଲୁଡି ରୋଡ଼ ଦୁଲକୀବନ୍ଧ ଛକ ନିକଟରେ ଏକ ହାଇବା ଓ ବାଇକ ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ଶକ୍ତି ମାଝୀ ଓ ବିପିନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାସୁଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି ଓ ଅନ୍ୟ ଜଣକର ଖବର ମିଳିନାହିଁ । ଏମାନେ ଚାରିଜଣ ଭେଜିଗୁଡା ଗାଁର ହୋଇଥିବା ବେଳେ ଜୟପାଟଣା କର୍ମେଲରୁ ଭୋଜି ଖାଇ ଘରକୁ ଫେରୁଥିଲେ । ବାଲି ବୋଝେଇ ହାଇବା ମୋଟର ପଟୁ ଜୟପାଟଣାକୁ ଯାଉଥିବା ବେଳେ ଦୁଲୁକିବନ୍ଧରେ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ହାଇୱା ଫେରାର ଥିବା ଜଣାପଡିଛି । ଗୁରୁତର ଜଣକୁ ପୋଲିସ ଗାଡ଼ିରେ ହସ୍ପିଟାଲ ନେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏପଟେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି, ଯାତାୟାତ ଠପ ହୋଇଯାଇଛି ।