oom

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୪ ଗିରଫ

jsmm

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ କୋଡ଼ିଙ୍ଗ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଓ ମହୁଲି ପୋଚ ନଷ୍ଟ କରାଯିବା ସହ ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ଏଥିସହ ମଦ କାରବାରରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଚିର୍ମା ଗ୍ରାମର କନକ କେଉଟ, ତୁଳସା କେଉଟ, ଚୁରୁଚୁଣ୍ଡା ଗ୍ରାମର ପାର୍ବତୀ ମାଝି ଓ ପଦମ ମାଝିଙ୍କୁ ବୋଲି ଜଣାପଡ଼ିଛି । ଡୋକରିଭଟ୍ଟା ଗ୍ରାମରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ମଦ ଜବତ କରାଯିବା ସହ ୨ ହଜାର ୮ ଶହ ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିଲା । ଏହି ଚଢାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହରପ୍ରସାଦ ରଣାଙ୍କ ସମେତ ସହକାରୀ ଉପନିରୀକ୍ଷକ ଜଗବନ୍ଧୁ ଜାନୀ, ରାଜେନ୍ଦ୍ର ପଟ୍ଟନାୟକ, ଅମିୟ ଖଞ୍ଜା, ଦେବେନ୍ଦ୍ର ସମରଥ, ବାଳକୃଷ୍ଣ ନାୟକ, କନେଷ୍ଟବଳ ଆକ୍ରମ ଖାନ, ସନୁ ସେଠିଆ, ରଞ୍ଜି ଜାନୀ, ଗୁତୁଲ ନାୟକ, ରୀନା ବଡ଼ନାୟକ, ଦେବେନ୍ଦ୍ର ସମରଥ ଓ ରଞ୍ଜିତା ସିଂ ପ୍ରମୁଖ ସାମିଲ ରହିଥିଲେ ।

jittmm
Leave A Reply

Your email address will not be published.