ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବାଗଝରଣ ଗାଁକୁ ଚଢ଼ାଉ କରି ୬ ହଜାର ୨ ଶହ କେଜି ମହୁଲ ପୋଜ ନଷ୍ଟ କରିବା ସହ ୨୨୦ ଲିଟର ରନ୍ଧା ମଦ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯୁଗେଶ୍ୱର ବରିହା ଏବଂ ଗଙ୍ଗାଧର ବରିହା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି । ଦୀର୍ଘଦିନରୁ ଏମାନେ ଗାଁରେ ରନ୍ଧା ମଦ କାରବାର କରୁଥିବା ଖବର ପାଇ ଅତର୍କିତ ଭାବେ ସକାଳ ସମୟରେ ଚଢ଼ାଉ କରି ମଦ ଜବତ କରିବା ସହ ମହୁଲ ପୋଚ ସହ ରନ୍ଧା ସାମଗ୍ରୀ ନଷ୍ଟ କରିଥିଲେ । ଅବକାରୀ ବିଭାଗ ପୃଥକ୍ ପୃଥକ୍ ଭାବେ କେସ ନଂ ୭୭/୭୮.୨୦୨୨-୨୩ ରେ ଏକ ମାମଲା ରୁଜୁ କରି ଆଜି ୨ ଜଣଙ୍କୁ କୋଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।