ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ

ବୋରିଗୁମ୍ମା, (ଏସ୍. ସୁନ୍ଦରମ୍‌) : ବୋରିଗୁମ୍ମା ଅଞ୍ଚଳରେ ଅବକାରୀ ଧରପଗଡ଼ । ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ । ଘନ ଘନ ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଜବତ କରି, ସେହି ସ୍ଥାନରେ ନଷ୍ଟ କରି ଦେଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୋରିଗୁମ୍ମା ଅବକାରୀ ବିଭାଗ, କୋଟପାଡ ଥାନା ଅନ୍ତର୍ଗତ ସାନତରଗିଆ, ବୈରାଗିଗୁଡା, ଲଦିଯୋଡିରେ ବିଗତ ଦିନରେ ଚଢ଼ାଉ କରାଯାଇଥିବା ବେଳେ କୁମୁଡାଗୁଡା ଗ୍ରାମରେ ୭୩ ଲିଟର ମଦ ସହ ନରେନ୍ଦ୍ର ବିଷୋୟୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଜି ଅକାଳ ୮ ଘଣ୍ଟା ସମୟରେ କେବଡ଼ି ଗ୍ରାମର ଏକ ରନ୍ଧାଭାଟି ଉପରେ ଚଢ଼ାଉ କରି ୨୦ ଲିଟର ମଦ ଓ ୩୦୦ ଲିଟର ପୋଚକୁ ନଷ୍ଟ କରିବା ସହ ସନୁ ଭତବାଇଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଆଗକୁ ଆହୁରି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ବୋଲି ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ ବିଶ୍ୱଜିତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.