jayashree

କବିତା ଆସର ଆୟୋଜିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଗତକାଲି ଘଣ୍ଟି ସାହିତ୍ୟ ଘର୍ ଚିପିଲିମା ଅନୁଷ୍ଠାନ ତାର ୨୩ ନମ୍ବର କବିତା ଆସର୍ ଆୟୋଜିତ କରିଥିଲା ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ । ଏଥିରେ ୭ ଜଣ କବି, କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ଶୁଭଙ୍କରୀ ଦାଶ, କାହ୍ନୁଚରଣ ସାହୁ, ବାୟୁଶ୍ରୀ ବାଗ ,ତପନ କୁମାର ସାହୁ, ରମେଶ ଚନ୍ଦ୍ର ଷାଣ୍ଢ, ରମାକାନ୍ତ ସିଂ ସାହାଣୀ, ବାଲମୁକୁନ୍ଦ ନିଆଲ । କବୟିତ୍ରୀ, ଲେଖିକା, ଆଲୋଚିକା, ସଂଯୋଜିକା ତଥା ଉପସ୍ଥାପିକା ଶ୍ରୀମତି ସଂଗୀତା ପଣ୍ଡା ଷଡଙ୍ଗୀ ଆଲୋଚିକା ଭାବେ ଯୋଗଦେଇ ସମସ୍ତ କବିତା ଗୁଡିକର ଆଙ୍ଗିକ ଓ ଆତ୍ମିକ ଦିଗ ଗୁଡିକୁ ଆଲୋଚନା କରି ଯୁବ ଦିବସ ଏବଂ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କର ଆଲୋଚନା ମାଧ୍ୟମରେ ଯୁବ ପିଢିଙ୍କୁ ଦେଶର ବିକାଶ ଏବଂ ସାହିତ୍ୟର ବିକାଶ ଦିଗରେ ଆହୁରି ଆଗକୁ ବଢିବା ପାଇଁ ଅନୁପ୍ରାଣିତ କରିଥିଲେ । ଆସରରେ ଘଣ୍ଟି ସାହିତ୍ୟ ଘର୍ ଚିପିଲିମା ଅନୁଷ୍ଠାନର ଉପଦେଷ୍ଟା ଡ.ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ହାସ୍ୟକବି ଗୁଣରଂଜନ ସାଲିମା ତଥା ଆହୁରି ଅନେକ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ । ସମ୍ପାଦକ ତରଣିସେନ ମେହେର ସ୍ୱାଗତ ଭାଷଣ ଦେଇ ଦୁଇ ମହାନ ସାହିତ୍ୟକ ୰ମଙ୍ଗଳୁ ଚରଣ ବିଶ୍ୱାଳ ତଥା ୰ଲାଲ ରତ୍ନାକର ସିଂହ ଭଳି ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀମତି ସାଇଶିଖା ଶତପଥୀ ଆସର ସଂଯୋଜନା କରିଥିବା ବେଳେ ଶ୍ରୀମତି ସଂଗୀତା ମୋହନ ଗହିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୭୫ରୁ ଅଧିକ ସାହିତ୍ୟ ପ୍ରେମୀ ଆସରରେ ଯୋଗଦେଇ ଆସରକୁ ସଫଳ କରିଥିଲେ । ଶେଷରେ ସୁଧାଂଶୁ ଭୂଷଣ ଷଣ୍ଢ ଆସର ସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.