oum

ରାଉରକେଲାରେ ଆମ ଆଦମୀ ପାର୍ଟି ପକ୍ଷରୁ ୱାର୍ଡ ସଭା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ୱାର୍ଡଗୁଡିକରେ ବିଗତ କିଛି ମାସ ଧରି ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଜନସମ୍ପର୍କ ଓ ପଦଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଛି । ବିଶେଷ କରି ବସ୍ତିବାସୀଙ୍କୁ ଆଇନ ଅନୁଯାୟୀ ଜମି-ପଟ୍ଟା ପ୍ରଦାନ, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ, ବାରମ୍ବାର ବିଜୁଳି କାଟ ବନ୍ଦ କରି ୨୪ ଘଣ୍ଟା ବିଜୁଳି ପ୍ରଦାନ, ବିଶ୍ଵସ୍ତରୀୟ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ସମସ୍ତ ଯୁବକ ଓ ଯୁବତୀଙ୍କୁ ରୋଜଗାର ପ୍ରଦାନ, ଶ୍ରମିକଙ୍କୁ ସର୍ବନିମ୍ନ ଦୈନିକ ମଜୁରି ୬୧୧ ଟଙ୍କା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମାସିକ ୨୫୦୦ ଟଙ୍କା ଇତ୍ୟାଦି ବିଷୟରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହା କିପରି ଜନସାଧାରଣଙ୍କ ଉପଲବ୍ଧ ହେବ ଏଥି ନିମନ୍ତେ ଦଳ ପ୍ରୟାସ ଜାରି ରଖିଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ଆମ୍‌ ଆଦମୀ ପାର୍ଟିର ଜିଲ୍ଲା ଆବାହକ ତଥା ଜାତୀୟ ପରିଷଦ ସଦସ୍ୟ ବିନୟ ତିୱାରୀଙ୍କ ନେତୃତ୍ୱରେ ଏହି ଅବସରରେ ଏକ ୱାର୍ଡ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସ୍ତିବାସିନ୍ଦାମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ସୁରେନ୍ଦ୍ର ସିଂହ ପରମାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.