ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଗୁରୁବାର ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ଦେବା ସହ ସହିଦଙ୍କ ବଳିଦାନ ଓ ସ୍ୱାଧୀନତା ସଂଗ୍ରାମରେ ମାଧୋ ସିଂଙ୍କ ଭୂମିକା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମସ୍ତେ ସମ୍ମାନ କରୁଥିବା ବେଳେ ବିଜୁବାବୁଙ୍କ ନାମରେ ବିଜେଡି କେବଳ ଶସ୍ତା ରାଜନୀତି କରୁଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଷ୍ଟାଡିୟମରେ ସହିଦ ମାଧୋ ସିଂଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିବାକୁ ଆପ୍ ପକ୍ଷରୁ ଦାବୀ ହୋଇଛି । ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଲା, ଅସିତ ସାହୁ, ସ୍ୱରୂପ ଭୋଇ, ରମେଶ ପତି, ଯଶୋବନ୍ତି ପୋଢ଼, ଗୋଲାପୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।
Prev Post