ଗରୀବ ଉପରେ ମହଙ୍ଗା ମାଡ ଉଭୟ ବିଜେଡି ଓ ବିଜେପିକୁ ମହଙ୍ଗା ପଡିବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ୍‌ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଗଲା । ପେଟ୍ରୋଲ, ଡିଜେଲ, ଗ୍ୟାସ, ବିଦ୍ୟୁତ, ପନିପାରିବା, ଖାଇବା ତେଲର ଦାମ ଅହେତୁକ ଭାବେ ବୃଦ୍ଧି ହୋଇ ଥିବାରୁ ଗରିବ, ମଧ୍ୟବିତ୍ତ ସମସ୍ତଙ୍କୁ ଆର୍ଥିକ ବୋଝ ହୋଇଛି ବୋଲି ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ମଙ୍ଗଳବାର ବରଗଡ଼ ଗାନ୍ଧୀ ଛକରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ଦର ଦାମ୍‌ ବୃଦ୍ଧିକୁ ବିରୋଧ କରିଥିଲେ ପରେ ଏକ ରାଲିରେ ଯାଇ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଯଶୋବନ୍ତି ପୋଡ଼, ଗୋଲାପି ସୁନା, ଅସିତ ସାହୁ, ରାଜ୍ୟ ଯୁବ ସମ୍ପାଦକ ପୋଲୁସ୍ତ୍ୟ ସାହା, ଉଜ୍ଜଳ ସେଠ, ସାହାଁରୁଖ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.