ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୃଷକ ବଜାର ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଚାଷୀଙ୍କ ଟଙ୍କାରେ ତିଆରି ହୋଇଥିବା ଏହି ନୂତନ ଦୋକାନ ଗୃହକୁ ଧନୀ ଶ୍ରେଣୀ ଲୋକଙ୍କୁ ନିର୍ଦ୍ଧାରିତ ଦରଠାରୁ ଅଧିକରେ ଦେବାକୁ ଯୋଜନା କରାଯାଉଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରି ଜିଲ୍ଳାପାଳ ମୋନୀଷା ବାନାର୍ଜୀଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଆରଟିଆଇ ରିପୋଟ ମୁତାବକ ୨୦୧୯ ମସିହା ସୁଦ୍ଧା ଆରଏମସି ପାଖରେ ୫୮ କୋଟି ଟଙ୍କା ମହଜୁଦ ଥିଲା ଯାହାକି ଚାଷୀଙ୍କ ଧାନ ବିକ୍ରିରୁ ମିଳୁଥିବା କମିଶନର ବଡ଼ ଅଂଶ । ସେହିପରି ବରଗଡ଼, ବରପାଲି, ଭଟଲି, ଅମ୍ବାଭୋନା ମାର୍କେଟରେ ବିକ୍ରି କରୁଥିବା ଚାଷୀଙ୍କ ପାଇଁ ଏହା ଉଦ୍ଧିଷ୍ଟ ବୋଲି ବିଜ୍ଞାପନରେ ଲେଖା ଯାଇଛି କିନ୍ତୁ ଏହାକୁ କେତେ ପାଳନ କରୁଛନ୍ତି ବୋଲି ଆପ୍ ପ୍ରଶ୍ନ କରିଛନ୍ତି । ଏଥିରେ ବ୍ୟାପକ ଦୁର୍ନୀତିର ବାସ୍ନା ଆସୁଥିବାରୁ ଏହାକୁ ତଦନ୍ତ କରି ଚାଷୀ ମାନଙ୍କୁ ଦେବାକୁ ଆପ୍ ଦାବୀ କରିଛି । ରାଜ୍ୟ ଆବାହକ ଅମିତାଭ ପାତ୍ର, ଅସିତ ସାହୁ, ରମେଶ ପତି, ସ୍ୱରୂପ ଭୋଇ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।