
ଗଜପତି : ଗଜପତି ଜିଲ୍ଲା ରାଶିବାଡ଼ ଘାଟିରେ ଦୁର୍ଘଟଣା ଘଟି ଇସ୍ପାତ ବସ୍ ଓଲଟି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଇସ୍ପାତ ବସ୍ରେ ୩୦ଜଣ ଯାତ୍ରୀ ଥିବାବେଳେ ତାଙ୍କ ମଧ୍ୟରୁ ୮ ଆହତ ହୋଇ ଜିରାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ବସ୍ଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।