ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ । ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ପ୍ରକାଶ ଥାଉକି ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏହି ୮୨ଟିରୁ ୫୮ ଟିରେ ରାତ୍ରିକାଳୀନ ଖାଦ୍ୟ ପରିବେଷଣ ସୁବିଧା ରହିଛି । ଏହିସବୁ କେନ୍ଦ୍ରମାନଙ୍କରେ ଡାକ୍ତଖାନାମାନଙ୍କୁ ଆସୁଥିବା ରୋଗୀ ମାନଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଂଟମାନେ ଉପକୃତ ହୋଇଥାଆନ୍ତି । ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଥାନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇ ସେହି ସବୁ ଆହାର କେନ୍ଦ୍ରଗୁଡିକୁ ରବିବାର ଦିନମାନଙ୍କରେ ଖୋଲା କରିବାକୁ ଅନୁରୋଧ କରାଯାଇଥିଲା । ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ଦିନମାନଙ୍କରେ ସେହି ସବୁ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.