oom

ଆସନ୍ତା ୧୧ରେ ଖପ୍ରାଖୋଲ ବ୍ଳକ ଘେରିବ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହେଡ଼କ୍ୱାଟର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶିଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ ସମ୍ପର୍କରେ ଏକ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଆଗାମୀ ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ନିର୍ବାଚନରେ ସାରା ଓଡ଼ିଶାରେ ୨୩ଟି ଜିଲ୍ଲାରେ ଆଦିବାସୀ ମାନଙ୍କୁ ରାଜ୍ୟ ସରକାର ଉପେକ୍ଷା କରିବା ସହିତ ସମ୍ବିଧାନରେ ଆଦିବାସୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମପଞ୍ଚାୟତ ସଂରକ୍ଷଣକୁ ଉଛେଦ କରି ସେହି ସଂରକ୍ଷଣ ଆସନରେ ଅଣସଂରକ୍ଷିତ ବର୍ଗଙ୍କୁ ସ୍ଥାନ ଦିଆଯାଇଛି । ଯାହା ଆଦିବାସୀ ମାନଙ୍କ ପ୍ରତି ଅନ୍ୟାୟ, ଅବିଚାର କହିଲେ ଭୁଲ ହେବ ନାହିଁ । ସମ୍ବିଧାନ ପ୍ରଦତ୍ତ ଆଦିବାସୀ ମାନଙ୍କ ରାଜନୀତିକ ଅଧିକାରକୁ ରାଜ୍ୟ ସରକାର ଖାମଖିଆଲି ନେଉଥିବାରୁ ରାଜ୍ୟ ସାରା ଆଦିବାସୀ ଆନ୍ଦୋଳନ ମୁଣ୍ଡ ଟେକୁଛି । ଯାହାଫଳରେ କି ଆଜି ଖପ୍ରାଖୋଲ ବ୍ଲକ ଆଦିବାସୀ ସଂଘ, ଗୋଁଡ଼ୱାନା ଛାତ୍ର ସଂଗଠନ (ଜିଏସ ୟୁ) ପକ୍ଷରୁ ପ୍ରସ୍ତୁତି ବୈଠକ ବସିବା ସଙ୍ଗେ ସଙ୍ଗେ ଆଗାମୀ ୧୧/୧/୨୦୨୨ ମଙ୍ଗଳବାର ଦିନ ହଜାର ହଜାର ଆଦିବାସୀ ବ୍ଲକ କାର୍ଯ୍ୟଳେୟ କେମିତି ଘେରିବେ ଏବଂ ସ୍ୱତଃପୂର୍ତ୍ତ ଭାବେ ଯୋଗଦାନ କରିବେ ସେ ସମ୍ପର୍କରେ ଆମୂଳଚୂଳ ଭାବରେ ଆଲୋଚନା ପର୍ୟ୍ୟାଲୋଚନା କରାଯାଇଥିଲା । ଆଦିବାସୀ ସଂଘ ବ୍ଲକ ସମ୍ପାଦକ ନାରାୟଣ କିଷାନ, ବେନ୍ଦେର ଗ୍ରାମପଞ୍ଚାୟତ ସଭାପତି ଯଦୁମଣି ବରିହା, ଜୟନ୍ତୀ ଧରୁଆ, ଧର୍ମରାଜ ବରିହା, ଲୋଭାବତୀ ଧରୁଆ ଆଦିବାସୀ ସଂଘ ଉପଦେଷ୍ଟା ଧରମ ସିଂ ଧରୁଆ, ଶଶିକାନ୍ତ ବରିହା, ଗୋଲାପ ବିଶି, ଚକ୍ର ବରିହା, ଲବ ଧରୁଆ, କ୍ଷୀରସିନ୍ଧୁ ମାଝୀ, ଜିଏସୟୁ ଖପ୍ରାଖୋଲ ବ୍ଲକ ପ୍ରଚାର ସଚିବ ଶଶିକାନ୍ତ ଧରୁଆ, ଜିଏସୟୁ ମେମ୍ବର ସୁବାସ ଧରୁଆ ପ୍ରମୁଖ ଉପସ୍ଥିତ ରହିବା ସହ ବିଭିନ୍ନ ଗ୍ରାମପଞ୍ଚାୟତର ଆଦିବାସୀ ଭାଇ ମାନେ ଯୋଗଦାନ କରି ପ୍ରସ୍ତୁତି ବୈଠକକୁ ସଫଳ ମଣ୍ଡିତ କରିଥିଲେ । ଏହି ପ୍ରସ୍ତୁତି ବୈଠକକୁ ଟିକେଶ୍ୱର ଧରୁଆ ପରିଚାଳନା କରିଥିବା ବେଳେ ଶେଷରେ ଗୋଲାପ ବିଶି ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.