ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ 5T ଯୋଜନାରେ ବ୍ଲକର ୭ ଗୋଟି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସାମାରୋହର ସଭାରେ ଭାଲୁମୁଣ୍ଡାଠାରେ ଭାଲୁମୁଣ୍ଡା ସରପଞ୍ଚ ରଞ୍ଜିତା ମେହେର, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର, ସମିତି ସଭ୍ୟାଙ୍କ ପ୍ରତିନିଧି ଶ୍ୟାମ ସାହୁ, ସମାଜସେବୀ ଯୋଗିନ୍ଦ୍ର ମିଶ୍ର, ପ୍ରଧାନ ଶିକ୍ଷକ ଭାସ୍କର ଆପଟ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ସଦର ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପ୍ରଧାନ ଶିକ୍ଷକ ହୃଦୟବାନ ଛତ୍ରିଆ ଉପସ୍ଥିତ ଥିଲେ । ସେହିପରି ଝଲପ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଝଲପ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ ଉପସ୍ଥିତ ଥିଲେ । ସେହିପରି କୁରଡ଼ିଆମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବିଇଓ ବୈକୁଣ୍ଠ ନାଥ ଶବର ପ୍ରମୁଖ ମଞ୍ଚାସୀନ ଥାଇ ଶୋଭାମଣ୍ଡନ କରି ମୁଖ୍ୟମନ୍ତ୍ରୀଙ୍କ ଏହି ଆଭାସୀ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଇଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ସହକାରୀ ଯନ୍ତ୍ରୀ ଦେବ କୁମାର ପଧାନ, ହିସାବ ରକ୍ଷକ ଜ୍ୟୋତି ପ୍ରକାଶ ମିଶ୍ର, ସହକାରୀ ଯନ୍ତ୍ରୀ ନରେଶ ସିହ୍ନା, କନିଷ୍ଠ ଯନ୍ତ୍ରୀ ବିକ୍ରମ ବିଭାରଙ୍କ ସହ ବହୁ ଅଧିକାରୀ ମାନେ ଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା, ବଙ୍ଗୋମୁଣ୍ଡା, ବିରିପାଲି, ଜୁରାବନ୍ଧ, ଦେଢ଼ଗାଁ, କୁରଡ଼ିଆମୁଣ୍ଡା, ଝଲପ ଗାଁରେ 5T ଯୋଜନାରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲକୁ ଭିଡିଓ କନ୍ଫରେନସି ଜରିଆରେ ଲୋକାର୍ପଣ କରିଥିଲେ ।