ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ଦାବୀକୁ ନେଇ କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଜିଲ୍ଳାରେ ବନ୍ଦ ଡାକରା ଦିଆଯାଇଛି । ସହରରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ଚାଲିଛି । ତେବେ ଏହି ଆନ୍ଦୋଳନ ସହରର ଅନେକ ସ୍ଥାନ ସହିତ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଦ ପାଳନ ହେଉଛି । ପୂର୍ବରୁ ମେଡିକାଲ କଲେଜ କ୍ରିୟନୁଷ୍ଠାନ କମିଟି ଏବଂ ବହୁ ଅନୁଷ୍ଠାନ ମଧ୍ୟ ଦାବୀ କରି ଆସୁଥିବା ବେଳେ ଆଜି କଂଗ୍ରେସ ସହ ଅନ୍ୟ ସଂଗଠନମାନେ ମଧ୍ୟ ଏହି ବନ୍ଦ ପାଳନରେ ସାମିଲ୍‌ ଅଛନ୍ତି । ସହରରେ ବନ୍ଦ ପାଳନ ସଫଳ ହେବା ପରେ ପୁଣି ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯିବା ସହ ଯେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସଫଳ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏହା ସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ପାଇଁ ନିବେଦନ କରାଯାଇଛି । ଏହି ଆନ୍ଦୋଳନରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.