oum

ଶ୍ରୀକ୍ଷତ୍ର ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ ଉଦଘାଟିତ : ସୁସ୍ଥ ଜୀବନ ପାଇଁ ଦୌଡିବା ଆବଶ୍ୟକ ବାର୍ତ୍ତା ଦେଇ ଏନସିସିଟିମଙ୍କ ପକ୍ଷରୁ ପୁରୀ ସହରରେ ସଚେତନତା

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫିଟ ଇଣ୍ଡିଆ ଫ୍ରିଡମ ରନ ୨ .୦ ଏନସିସି ଦ୍ୱାରା ପାଳିତ ଭାରତ ସରକାରଙ୍କ ଆହ୍ଵାନ କ୍ରମେ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି.) ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀ ଆନୁକୁଲ୍ୟରେ ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ ଶ୍ରୀକ୍ଷତ୍ର ଧାମ ପୁରୀରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମନ୍ତ ଚନ୍ଦ୍ର ଶେଖର ସ୍ଵଂୟ ଶାସିତ ମହାବିଦ୍ୟାଳୟର, ପୁରୀ ଓ ସୂରଜ ମଲ୍ଲ୍ ଶାହ- ମହାବିଦ୍ୟାଳୟର ଶତାଧିକ ଏନସିସି କ୍ୟାଡେଟ ଉତ୍ସାହ ସହିତ ଭାଗ ନେଇ ୨.୧ କିଲୋମିଟର ଦୌଡ଼ି ବହୁତ ଖୁସି ଅନୁଭବ କରିଥିଲେ । ଏଥିରେ ଏନ୍.ସି.ସି. ଛାତ୍ରଛାତ୍ରୀ ମାନେ ସୁସ୍ଥ ଜୀବନ ପାଇଁ ଦୌଡିବା ଆବଶ୍ୟକ ବୋଲି ବାର୍ତ୍ତା ଦେଇ ସ୍ଥାନୀୟ ଅଞ୍ଚଳରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଷଷ୍ଠ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଫିସର କର୍ଣ୍ଣେଲ ପ୍ରସୂନ କୁମାର ପଣ୍ଡା ପତକା ଦେଖାଇ ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ଏହି ପ୍ରୟାସକୁ ପ୍ରସଂଶା କରିବା ସହ ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ ଅଧ ଘଣ୍ଟା ଦୌଡିବାକୁ ସମ୍ପର୍କରେ ଉପସ୍ଥିତ ଥିବା ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏନସିସି ଛାତ୍ରଛାତ୍ରୀମାନେ ନିଜେ ଫିଟ ରହିବ ସହ ଏହି ବାର୍ତ୍ତାକୁ ନିଜ ପରିବାରରେ ତଥା ନିଜର ପଡୋଶୀଙ୍କୁ ବାଣ୍ଟିବା ସହ ସଚେତନତା କରିବା ଏବଂ ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ ଗଠନରେ ସହଯୋଗ କରିବା ପାଇଁ ସ୍ୱତହ ଶପଥ ନେଇଥିଲେ । ଫିଟ ରହିବା ତଥା ସୁସ୍ଥ ପରିବେଶ ପାଇଁ ଔଷଧୀୟ ବୃକ୍ଷ ଆବଶ୍ୟକତା ଉପଲବଧି କରି ଏହି ଅବସରେ କ୍ୟାଡ଼େଟ୍ ମାନଙ୍କ ଦ୍ଵାରା ବାଟାଲିଅନ୍ ମଧ୍ୟରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଲେଫ୍ଟନେଣ୍ଟ ଡ଼ଃ.ସଞ୍ଜୟ କୁମାର ସୁନ୍ଦରାୟ ଓ ଏନସିସି ବାଟାଲିୟନର ସୁଭେଦାର ମେଜର ଗୋପୀ ରାମ ଢାକାଙ୍କ ସମେତ ସମସ୍ଥ ଅଧିକାରୀ ପରିଚାଳନାରେ ସହଯୋଗ କରିଥିଲେ । ଫିଟ ରହିବା ପାଇଁ ଆଜିର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରି ଏହି ବାର୍ତ୍ତାକୁ ସମାଜରେ ପ୍ରଚାର କରିବାରେ ଏହା ଏକ ସୁଚିନ୍ତିତ ପ୍ରୟାସ କରାଯାଇଥିଲା ।

Leave A Reply

Your email address will not be published.