ଯୁବ କବି ଗଣେଶ ବାରିକଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ସକାଳ ୧୦ଟା ସମୟରେ ଯୁବ କବି ଗଣେଶ ବାରିକଙ୍କ ବାପା ପ୍ରକାଶ ବାରିକଙ୍କ ୫୨ ବର୍ଷ ବୟସରେ ବଲାଙ୍ଗିର ବ୍ଲକ ସ୍ଥିତ ବାସସ୍ଥାନ ରିନ୍ ବଚନ ଗାଁ ଠାରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରକାଶ ବାରିକ ଜଣେ ମେଳାପୀ ଓ ନମ୍ର ବ୍ୟକ୍ତିତ୍ଵ ଭାବେ ଅଞ୍ଚଳରେ ପରିଚିତ ଥିଲେ । ସେ ରେଡ଼ିଓ ତଥା ଲୋକଗୀତ ଶୁଣିବାକୁ ବେଶୀ ପସନ୍ଦ କରୁଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀ ବାରିକ୍‌ , ଭାଇ ଭାଉଜ ବଂଶୀଧର ବାରିକ୍‌, ରଜନୀ ବାରିକ୍‌, ସନ୍ୟାସୀ ବାରିକ୍‌, ତପସ୍ଵିନୀ ବାରିକ୍‌ ହୃଷୀକେଶ ବାରିକ୍‌, ସୀତା ବାରିକ୍ ପୁଅ ଗଣେଶ ବାରିକ୍, କମଲେଶ ବାରିକ୍, ସୁଶାନ୍ତ ବାରିକ୍, ଫାଲଗୁନୀ ବାରିକ୍, ସଂଜୟ ବାରିକ୍, ସେବକ ବାରିକ୍, ପୁଷ୍ପାଞ୍ଜଳି ବାରିକ୍, ବଲ୍ଲବୀ ବାରିକ୍, ଅରୂପା ବାରିକ୍, ମାନବୀ ବାରିକ୍, ଜାହ୍ନବୀ ବାରିକ୍, ମଞ୍ଜୁ ବାରିକ୍, ଗୀତା ବାରିକ୍, ଶିବାନୀ ବାରିକ୍, ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ । ସ୍ଥାନୀୟ ଅଂଚଳର ବହୁ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ । ରିନ୍ ବଚନ ଗ୍ରାମସ୍ଥ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ବଡ଼ ପୁଅ ଗଣେଶ ବାରିକ୍ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.