ବରିଷ୍ଠ ନାଗରିକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଗୁରୁବାର ମାଉସୀ ମା’ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏଥିରେ ଅନିଲ କୁମାର କାଳିଆ ସଭାପତିତ୍ୱ କରିଥିବା ବେଳେ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ, ତହସିଲଦାର ସିନ୍ଧୁସୂତା ପାତ୍ର, ବିଇଓ ଅଦନ ସୁନା, ଥାନା ଆଇଆଇସି କୈଳାଶ ଚନ୍ଦ୍ର ପ୍ରଧାନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଆକାଶ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ପାଇକମାଲ, ଟେମରୀ ଓ ମାଣ୍ଡୋସିଲ ଜୋନର ପ୍ରାୟ ୭୦ ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ । ଥାନାଅଧିକାରୀ ଶ୍ରୀ ପ୍ରଧାନ ବରିଷ୍ଠ ନାଗରିକ ମାନଙ୍କ ପାଇଁ ପରିଚୟ ପତ୍ର ସମ୍ପର୍କରେ ବରଗଡ଼ ଏସ୍.ପି.ଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ଫର୍ମ ଯୋଗାଇ ଦେବାକୁ ଏଦିଗରେ ପ୍ରତିଶୃତି ପ୍ରଦାନ କରିଥିଲେ । ତହସିଲଦାର ଶ୍ରୀମତୀ ପାତ୍ର ମଧ୍ୟ ଅବସର କର୍ମଚାରୀ ମାନଙ୍କ ଗୃହ ନିର୍ମାଣ ପାଇଁ ଗୋଟିଏ ଉପଯୁକ୍ତ ଜାଗା ଯୋଗାଇ ଦେବା ପାଇଁ ଚେଷ୍ଟା କରିବା ପାଇଁ କହିଥିଲେ । ସେହିପରି ବ୍ଲକ ବିଇଓ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର କେତେକ ସଦସ୍ୟ ନିକଟ ଅତୀତରେ ପ୍ରାଥମିକ ଶିକ୍ଷକ ପଦରୁ ଅବସର ଗ୍ରହଣ କରିଛନ୍ତି, ସେହି ଅବସରପ୍ରାପ୍ତ ଶିକ୍ଷକମାନେ ସରକାରଙ୍କ ପାଖରେ ଜମାଥିବା ଇ.ପି.ଏଫ୍. ଏ ପର୍ଯ୍ୟନ୍ତ ପାଇପାରିନାହାନ୍ତି । ସେନେଇ ସଙ୍ଘର ସମ୍ପାଦକ ଡୋଳାମଣି ମାହାରଙ୍କୁ ଅଫିସକୁ ଆସି ସମସ୍ତ ବିଷୟରେ ଆଲୋଚନା କରିବା ପାଇଁ କହିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ସଂକ୍ରାନ୍ତ ସମସ୍ତ ସୁବିଧା ସୁଯୋଗ ସହିତ ନଭେମ୍ବର ମାସରେ ଦେବାକୁ ଥିବା ଲାଇଫ ସାର୍ଟିଫିକେଟ ବିଷୟରେ ଦିଗଦର୍ଶନ ପ୍ରଦାନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ଅବସର ପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ସେମାନଙ୍କ ସହଯୋଗ କରିବା ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ । ଦୋଳମଣି ମାହାର ସଭା ପରିଚାଳନା କରିଥିଲେ । ବରିଷ୍ଠ ନାଗରିକଙ୍କ ମଧ୍ୟରୁ ମାଣ୍ଡୋସିଲ ଜୋନ ସମ୍ପାଦକଙ୍କ ବରିଷ୍ଠ ନାଗରିକ ଦିବସ ଶୀର୍ଷକରେ ସ୍ଵଲିଖିତ କବିତା ପାଠ କରିଥିଲେ । ସଦସ୍ୟଙ୍କ ମଧ୍ୟରୁ ଶଙ୍କର ପ୍ରସାଦ ଦାଶ, ଜନାର୍ଦ୍ଦନ ପଣ୍ଡା, ଗିରୀଶ ଚନ୍ଦ୍ର ନାୟକ, ପ୍ରସନ୍ନ କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ସାହୁ, ବଡ଼ ଶତପଥୀ ଏବଂ ଆହୁରି ଅନେକ ସଭ୍ୟ ନିଜ ନିଜ ଅଭିଜ୍ଞତା, ଅନୁଭୂତି ବର୍ଣ୍ଣନା କରିବା ସହ ସାମୁହିକ ବୃକ୍ଷରୋପଣ, ସାମୁହିକ ସଫେଇ, ନିଶା ନିବାରଣ, ଜନ ସଚେତନା ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନେବା ବୋଲି ମତାମତ ଦେଇଥିଲେ । ଶେଷରେ କୋଷାଧ୍ୟକ୍ଷ ନନ୍ଦଲାଲ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.