ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଅଞ୍ଚଳ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିଙ୍କ ଉପସ୍ଥିତିରେ ସ୍କୁଲ ପରିସର ଗହଳ ଚହଳ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନାଚରେ ସଭାମଞ୍ଚ ଦୁଲକି ଉଠିଛି । ଯାହାଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉତ୍ସାହିତ ହୋଇଥିଲେ । ବରିଷ୍ଠ ଶିକ୍ଷକ ଗୋବିନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ପ୍ରଧାନ ଶିକ୍ଷକ କପିଳେଶ୍ୱର କୁମ୍ଭାର ସଭାପତିତ୍ୱ କରିବା ସହିତ ସ୍କୁଲର ବିବରଣୀ ପଠନ କରିଥିଲେ । ଏଥିରେ ଏହି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜିବେଶ୍ୱର ପଧାନ ମୁଖ୍ୟ ଅତିଥି, ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଡ. ଜ୍ୟୋତିର୍ମୟୀ ପଧାନ ମୁଖ୍ୟବକ୍ତା, ସ୍ଥାନୀୟ ସରପଞ୍ଚ ବନିତା ମେହେର, ସରଗାଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବାରିକ, ସ୍କୁଲ ପରିଚାଳନା କମିଟି ସଭାପତି ହୃଷୀକେଶ କାଲସାଏ, ଅବସର ପ୍ରାପ୍ତ ଶିକ୍ଷକ ଉଦ୍ଧବ ସା, ମିତ୍ରଭାନୁ ସାହୁ, ପ୍ରତିଷ୍ଠାତା ସମ୍ପାଦକ ଗୋକୁଳାନନ୍ଦ ଭୋଇ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବାର୍ଷିକ ଉତ୍ସବର ତାତ୍ପର୍ଯ୍ୟ ସହ ଶିକ୍ଷାର ବିକାଶ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହିତ ପୁରସ୍କୃତ କରାଯାଇଥିଲା । ଏହାସହ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ମନୋଜ ସାହୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ସାହାଦେଓ, ପିଇଟି ଶ୍ୟାମ ସୁନ୍ଦର ମେହେର, ଶିକ୍ଷକ ରାଧେଶ୍ୟାମ ରଣା, ସୁଜିତ୍ କୁମାର ଜାଲ, ଅବିନାଶ ସିଂ, ରୁକ୍ମଣ ଧରୁଆ, ନୀଳାମ୍ବର କାଲସାଏ, ଶଙ୍କର୍ଷଣ ମେହେର, ଗଜିନ୍ଦ୍ର ପାଇକ, ଶିକ୍ଷୟିତ୍ରୀ ସ୍ୱାଗତିକା ବେହେରା, ସୁବର୍ଣ୍ଣ ମଞ୍ଜରୀ ନାଗ, ସୌଦାମିନୀ ଭୋଇ, ରୀନା ସେଠ୍, ବାସନ୍ତୀ ପାଣ୍ଡେ, ଭାଗ୍ୟଲତା ପାଇକ, କିରାଣୀ ଉସୋମନ୍ ବେହେରା, ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ ଧରୁଆ ଓ ଦୁଆନୁ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ ।