ସୋମବାର ଠାରୁ ରାଜସ୍ଥାନରେ ୱିକେଣ୍ଡ କର୍ଫ୍ୟୁ ଶେଷ ହେବ, ଦଶମ-ଦ୍ୱାଦଶ ବିଦ୍ୟାଳୟ ଫେବୃଆରୀ ପହିଲାରୁ ଖୋଲିବ

ଜୟପୁର : କରୋନା ଭୂତାଣୁର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ପ୍ରଭାବ ହ୍ରାସ ହେବା ସହିତ ପ୍ରତିବନ୍ଧକ ମଧ୍ୟ ହଟିବାରେ ଲାଗିଛି । ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଶୁକ୍ରବାର ଦିନ କରୋନା ମହାମାରୀ ସମ୍ପର୍କରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ୱିକେଣ୍ଡ୍ କର୍ଫ୍ୟୁ ସୋମବାର ଠାରୁ ଶେଷ ହେବ । ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକ ଖୋଲାଯିବ । ରାଜସ୍ଥାନରେ କରୋନାର ନୂତନ ନିର୍ଦ୍ଦେଶାବଳୀ ଜାନୁଆରୀ ୩୧ରୁ ଲାଗୁ ହେବ । ନୂତନ ଗାଇଡଲାଇନରେ କଟକଣାକୁ ହାଲୁକା କରାଯାଇଛି । ୱିକେଣ୍ଡ କର୍ଫ୍ୟୁ ରଦ୍ଦ କରାଯାଇଛି । କିନ୍ତୁ ରାତି ୧୧ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ସିଷ୍ଟମ ସମାନ ରହିବ । ରାଜସ୍ଥାନରେ ୱିକେଣ୍ଡ୍ କର୍ଫ୍ୟୁ ଶେଷ ହେବା ସହିତ ବଜାରର ଖୋଲିବା ସମୟ ରାତି ୮ଟାରୁ ୧୧ଟାକୁ ବୃଦ୍ଧି କରାଯାଇଛି । ଦଶମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ନିଜ ପରିବାରର ଅନୁମତି କ୍ରମେ ଫେବୃଆରୀ ପହିଲାରୁ ବିଦ୍ୟାଳୟକୁ ଯାଇପାରିବେ ।

Leave A Reply

Your email address will not be published.