ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତିଙ୍କ ପାଇଁ ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା । କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନମ୍ବର କକ୍ଷରେ ପୂର୍ବାହ୍ନ ୧୧ଟାରୁ ଗଣତି ଆରମ୍ଭ ହୋଇଛି । କିଛି ସମୟ ପରେ ଗଣତି ଶେଷ ହେବା ପରେ ଫଳାଫଳ ଆସିବ । ତେବେ ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କ ଠାରୁ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବହୁ ଆଗରେ ଅଛନ୍ତି ବୋଲି ସୂଚନା ମିଳିଛି ।
ସୂଚନା ଯୋଗ୍ୟ, ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀ ବିଭିନ୍ନ ରାଜ୍ୟରୁ ଆସିଥିବା ବାଲଟ ପେପର ଗୁଡିକୁ ତାଲିକାଭୁକ୍ତକରି ଭଲ ଭାବେ ଯାଞ୍ଚ କରିବେ । ସାଂସଦମାନେ ସେମାନଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ସବୁଜ କାଳି(ଗ୍ରୀନ ପେନ୍‌) ଦ୍ୱାରା ଚୟନ କରିଥିବା ବେଳେ ବିଧାୟକମାନେ ଗୋଲାପୀ କାଳିରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସଂସଦର ଭୋଟ ଗଣତି କୋଠରୀରେ ଦୁଇଟି ଟ୍ରେ ରହିବ । ଦୁଇଜଣ ପ୍ରାର୍ଥୀ ଥିବାରୁ ଗୋଟିଏ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଉ ଗୋଟିଏ ଯଶୱନ୍ତ ସିହ୍ନାଙ୍କ ପାଇଁ ରହିବ । ପ୍ରଥମେ ବିଧାୟକ ମାନଙ୍କ ବାଲଟ ପେପର ସର୍ଟଲିଷ୍ଟ କରାଯିବା ପରେ ସାଂସଦଙ୍କ ବାଲଟ ପେପର ଏକାଠି କରାଯାଇ ଗଣତି ହେବ । ଏଥିପାଇଁ ସଂସଦ ଭବନର ୭୩ ନମ୍ବର କୋଠରୀ ବାହାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.