ନିଜ ବେତନରୁ ୨.୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଲିସ୍ ଷ୍ଟେସନରେ ‘ବିଦ୍ୟାଦାନ’ ଆରମ୍ଭ କରିଥିବା ଜଣେ ଏସ୍‌ଆଇ ବଖତ ସିଂ ଠାକୁର

ପନ୍ନା : ଯେଉଁମାନେ ସରକାରୀ ଚାକିରୀ ପାଆନ୍ତି, ସେମାନେ ନିଜର ଗୁଜୁରାଣ ମେଂଟାଇବାରେ ନିଜ ବେତନ ବିନିଯୋଗ କରନ୍ତି । କିନ୍ତୁ ବଖତ ସିଂ ଠାକୁରଙ୍କ ପରି ମଧ୍ୟ କିଛି ଲୋକ ଅଛନ୍ତି, ଯେଉଁମାନେ ସମାଜକୁ ମଧ୍ୟ ନିଜ ବେତନର ଅଧିକାଂଶ ଅଂଶ ଫେରାଇବାକୁ ଚେଷ୍ଟା କରନ୍ତି । ମଧ୍ୟପ୍ରଦେଶ ପୋଲିସର ସବ୍-ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିବା ବଖତ ସିଂ ଠାକୁର ହେଉଛନ୍ତି, ସେହି ବ୍ୟକ୍ତି ଯିଏକି ପିଲାମାନଙ୍କ ଭବିଷ୍ୟତକୁ ସହଜ ଓ ସୁନ୍ଦର କରିବା ପାଇଁ ତାଙ୍କ ବେତନରୁ ୨ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରି ପୋଲିସ୍ ଷ୍ଟେସନରେ ପୁସ୍ତକାଳୟ ଖୋଲିଛନ୍ତି ।

ସୂଚନା ଅନୁସାରେ ବଖତ ସିଂ ଠାକୁର ଏବଂ ତାଙ୍କ ସହଯୋଗୀମାନେ ‘ବିଦ୍ୟାଦାନ’ ନାମକ ଏକ ପୁସ୍ତକାଳୟ ଖୋଲିଛନ୍ତି, ଯେଉଁଠାରେ ୪୫୦ ପିଲା ମାଗଣାରେ ଅଧ୍ୟୟନ କରୁଛନ୍ତି । ଏହି ଉପାୟରେ ପିଲାମାନଙ୍କର ସୁବର୍ଣ୍ଣ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ଗଣମାଧ୍ୟମ ସହିତ ବାର୍ତ୍ତାଳାପରେ ଏସଆଇ ବଖତ ସିଂ ଠାକୁର କହିଛନ୍ତି ଯେ, ଜୁଲାଇ ୯, ୨୦୨୧ରେ ତାଙ୍କୁ ପାନ୍ନା ଜିଲ୍ଲାର ବ୍ରିଜପୁର ପୋଲିସ ଷ୍ଟେସନକୁ ଏସ୍‌ଏଚ୍‌ଓ ଭାବରେ ସ୍ଥାନାନ୍ତର କରାଯାଇଥିଲା । ସେତେବେଳେ ବ୍ରିଜପୁର ପୋଲିସ ଷ୍ଟେସନ ପରିସରରେ ଏକ ନୂତନ କୋଠା ନିର୍ମାଣ କରାଯାଉଥିଲା ଓ ପରେ ପୂରା ପୋଲିସ ଷ୍ଟେସନକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ପୁରୁଣା ପୋଲିସ ଷ୍ଟେସନ ଭବନ ଖାଲି ହୋଇଥିଲା । ତେଣୁ ନିଷ୍ପତ୍ତି ନିଆଗଲା ଯେ, ଏହାକୁ ଏପରି ବ୍ୟବହାର କରାଯିବା ଉଚିତ, ଯାହା ଦ୍ୱାରା ଆଗାମୀ ପିଢ଼ି ଉପକୃତ ହୋଇପାରିବେ । ତେଣୁ ‘ବିଦ୍ୟାଦାନ’ ନାମକ ଏକ ପୁସ୍ତକାଳୟ ଏଠାରେ ଖୋଲାଯାଇଛି, ଯାହା ମାଧ୍ୟମରେ ପିଲାମାନଙ୍କୁ ବହି ପଢ଼ିବା ସହିତ ମାଗଣା କୋଚିଂ ମଧ୍ୟ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.