ମିଶାଇଲ୍‌ ଆକ୍ରମଣରେ ଛାତିଥରା ଧମାକା ୟୁକ୍ରେନ୍‌ରେ

କ୍ୱିବ୍‌ : ଆଜି ସକାଳୁ ରୁଷ୍‌ର ମିଶାଇଲ୍‌ ଆକ୍ରମଣ ୟୁକ୍ରେନ୍‌ର ଅନେକ କ୍ଷତି ଘଟାଇ ସାରିଥିବା ସୂଚନା ମିଳୁଛି । ଆଜି ଦ୍ୱିତୀୟ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପହଂଚିଥିବା ବେଳେ ଆଜି ସକାଳୁ ୭ଟି ମିଶାଇଲ ଆକ୍ରମଣ ହୋଇଥିବା କୁହାଯାଇଛି । ୟୁକ୍ରେନ୍‌ର ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା ପାଇଁ ରୁଷ୍‌ ସେନା ଅଣ୍ଟା ଭିଡ଼ି ସାରିଛି । ଏପର୍ଯ୍ୟନ୍ତ ୟୁକ୍ରେନ୍‌ରେ ୧୩୭ ଜଣଙ୍କ ମୃତ୍ୟୁ ଘଟିସାରିଥିବା କୁହାଯାଉଛି । ଆମେରିକା ଓ ବ୍ରିଟେନ ପକ୍ଷରୁ ରୁଷ୍‌ ଉପରେ ଆର୍ଥିକ ପ୍ରତିବନ୍ଧକ ବଢ଼ି ବଢ଼ି ଚାଲିଛି । ସାରା ବିଶ୍ୱରେ ଯୁଦ୍ଧ ଯୋଗୁଁ ଆର୍ଥିକ ଆଘାତ ଦେଖାଦେଇଛି ।

Leave A Reply

Your email address will not be published.