୧୦୦ ରୁ ଅଧିକ ଡକାୟତି ଘଟଣାରେ ସମ୍ପୃକ୍ତ ୨ ଦୁର୍ବୃତ୍ତ ଗିରଫ, ୧୧ ବନ୍ଧୁକ ଉଦ୍ଧାର

ନୋଏଡା : ମଙ୍ଗଳବାର ସକାଳେ ନୋଏଡା ଠାରେ ପୋଲିସ ସହିତ ମୁହାଁମୁହିଁ ହେବା ପରେ ଦିଲ୍ଲୀର ଦୁଇ ଡକାୟତଙ୍କୁ ଗିରଫ କରାଯାଇଥିଲା । ପୋଲିସ ଏହି ସୂଚନା ଦେଇଛି । ବିଭିନ୍ନ ସ୍ଥାନରୁ ଲୁଟ୍ ହୋଇଥିବା ୭ ଟି ମୋବାଇଲ୍ ଫୋନ୍, ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ମୋଟରସାଇକେଲ ଜବତ କରିଛି ପୋଲିସ । ଏହି ଦୁର୍ବୃତ୍ତମାନେ ଜାତୀୟ ରାଜଧାନୀ ଅଞ୍ଚଳରେ ୧୦୦ରୁ ଅଧିକ ଡକାୟତି ଘଟାଇଥିବା ସୂଚନା ଦିଆଯାଇଛି ।

ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ୍ (ଜୋନ୍)) ରଣବିଜୟ ସିଂ କହିଛନ୍ତି ଯେ, ମଙ୍ଗଳବାର ସକାଳେ ଏକ ମୋଟରସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଆସୁଥିବା ଦେଖିବାକୁ ମିଳିଥିଲା । ସେ କହିଛନ୍ତି ଯେ, ସନ୍ଦେହରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ସଙ୍କେତ ଦେଇଥିଲା । ଅଟକିବା ପରିବର୍ତ୍ତେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚଳାଇ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.