ପୋଖରିକୁ ଖସିଗଲା ଟ୍ରାକ୍ଟର ଟ୍ରଲି, ୧୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୪୭ ଲୋକ ଯାତ୍ରା କରୁଥିବା ବେଳେ ଟ୍ରାକ୍ଟର ଟ୍ରଲିଟି ନିୟନ୍ତ୍ରଣ ହରାଇ ଏକ ପୋଖରି ମଧ୍ୟକୁ ଖସି ପଡିଥିଲା । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩୭ ଲୋକଙ୍କୁ ଉଦ୍ଧାର କରାଯାଇଛି । ଲକ୍ଷ୍ନୌ ଗ୍ରାମୀଣ ଏସ୍‌ପି ହରିଦେଶ କୁମାର କହିଛନ୍ତି, ସମସ୍ତ ପୀଡିତମାନେ ସୀତାପୁର ଅଟ୍ଟାରିଆର । ସେମାନେ ଉନ୍ନାଇ ଗ୍ରାମର ଦୁର୍ଗା ଦେବୀ ମନ୍ଦିରକୁ ନବରାତ୍ରୀ ପାଇଁ ଯାଉଥିବା ବେଳେ ବାଟରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ ୮ ମହିଳା ଏବଂ ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

error: Content is protected !!