ବାଇଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଲେ, ପାୱାର ଏବଂ ଲାଭ ପାଇଁ ମିଛର ଆଶ୍ରୟ ନିଆଯାଉଥିଲା

ୱାଶିଂଟନ୍‌ : ଆମେରିକାର ୪୬ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କରିବା ପରେ ପ୍ରଥମ ଭାଷଣ ଦେବାବେଳେ ଜୋ ବାଇଡେନ କହିଛନ୍ତି ଯେ, ଏହା ହେଉଛି ଆମେରିକାର ଦିନ, ଏହା ଗଣତନ୍ତ୍ରର ଦିନ, ଏହା ଇତିହାସ ଏବଂ ଆଶାର ଦିନ । ସେ ଆହୁରି କହିଛନ୍ତି, ଆମେରିକା ଅନେକ ଥର ପରୀକ୍ଷାର ସାମ୍‌ନା କରିଛି ଏବଂ ସେଥିରୁ ବାହାରିଛି । ଆଜି ଆମେ ଜଣେ ପ୍ରାର୍ଥୀଙ୍କ ବିଜୟ ଉତ୍ସବ ପାଳନ କରୁନାହୁଁ, ବରଂ ଗଣତନ୍ତ୍ର ପାଇଁ ପାଳନ କରୁଛୁ ।

ବାଇଡେନ କହିଛନ୍ତି, ଆମକୁ ପୁନର୍ବାର ଶିଖିବାକୁ ମିଳିଲା ଯେ ଗଣତନ୍ତ୍ର ମୂଲ୍ୟବାନ ଅଟେ । କ୍ୟାପିଟାଲ ବିଲଡିଂରେ ହୋଇଥିବା ହିଂସା ସମ୍ପର୍କରେ ସେ କହିଛନ୍ତି ଯେ, ବର୍ତ୍ତମାନ ଏହି ପବିତ୍ର ସ୍ଥାନରେ ଯେଉଁଠାରେ କିଛି ଦିନ ପୂର୍ବରୁ ହିଂସା କ୍ୟାପିଟାଲର ମୂଳଦୁଆକୁ ଦୋହଳାଇ ପକାଇଥିଲା, ଆମେ ଆଜି ଏଇଠି ଇଶ୍ୱରଙ୍କ ଛାୟାରେ ଏକାଠି ଅଛୁ । ଦୁଇ ଶତାବ୍ଦୀ ଧରି ଆମେ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ଶକ୍ତି ହସ୍ତାନ୍ତର କରୁଛୁ । ବାଇଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଛନ୍ତି, ପା‌ୱାର ଏବଂ ଲାଭ ପାଇଁ ମିଛର ଆଶ୍ରୟ ନିଆଯାଉଥିଲା ।

ବାଇଡେନ କହିଛନ୍ତି ଯେ, ସେ ଆଜି ଉଭୟ ଦଳର ପୂର୍ବତନ ନେତାମାନଙ୍କୁ ଧନ୍ୟବାଦ ଦେଉଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁଶ୍ ଏବଂ ବାରାକ ଓବାମା ମଧ୍ୟ ସାମିଲ ହୋଇଥିଲେ । ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇନଥିଲେ ।

Leave A Reply

Your email address will not be published.