ଡ୍ରୋନ୍‌ ସାହାଯ୍ୟରେ ଉପରୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ପକାଇଲା ପାକିସ୍ତାନ

ଜାମ୍ମୁ : ପାକିସ୍ତାନ ଜାମ୍ମୁ କାଶ୍ମୀରର ରାଜୋରୀ ଅଂଚଳରେ ଡ୍ରୋନ୍‌ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉପରୁ ପକାଇଛି । ତେବେ ଏହି ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉଠାଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ୍‌ କରିଛି । ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗତ କାଲି କହିଛନ୍ତି ଯେ, ପାକିସ୍ତାନ ଡ୍ରୋନ୍‌ ବ୍ୟବହାର କରି ରାଜ୍ୟର ରାଜୋରୀ ଜିଲ୍ଲାରେ ନିୟନ୍ତ୍ରଣ ରେଘା ନିକଟରେ ଅସ୍ତ୍ରଶସ୍ତ୍ର ଓ ଭାରତୀୟ ଟଙ୍କା ପକାଇଥିବା ବେଳେ ତାହାକୁ ଉଠାଇଥିବା ଲସ୍କର-ଏ-ତୟବାର ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଡିଜିପି. କହିଛନ୍ତି ଯେ, ପୁଲିସ ଏବଂ ୩୮ରାଷ୍ଟ୍ରୀୟ ରାଇଫଲ୍‌ର ଜବାନ ସମନ୍ୱିତ ସଂଯୁକ୍ତ ଅଭିଯାନ ଚଳାଇଥିଲେ, ଯାହାଦ୍ୱାରା ଏକ ବଡ଼ ସଫଳତା ମିଳି ପାରିଛି । ଏହାଫଳରେ କେନ୍ଦ୍ର ଶାସିତ ପ୍ରଦେଶରେ ଅଶାନ୍ତି ଓ ହିଂସା ସୃଷ୍ଟି କରିବା ଭଳି ପାକିସ୍ତାନର ଚକ୍ରାନ୍ତକୁ ବିଫଳ କରି ଦିଆଯାଇଛି । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ସିଂହ ଏହା ବି କହିଛନ୍ତି ଯେ, ୧୧ ସେପ୍ଟେମ୍ବର ପରେ ରାଜୋରୀ ଏବଂ ପୁଞ୍ଜ ଜିଲ୍ଲାରେ ଏହା ହେଉଛି ତୃତୀୟ ସଫଳ ଅଭିଯାନ ।

Leave A Reply

Your email address will not be published.