ls

ତାଲିବାନରେ ଆତଙ୍କ : କ୍ୟାମେରା ସାମ୍ନାରେ ଉଦାରତା, ବାସ୍ତବରେ ଜଙ୍ଗଲୀ ଆଚରଣ

sb

କାବୁଲ : ଆଫଗାନିସ୍ତାନ ମହିଳାଙ୍କ ଅଧିକାରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ସତ୍ୱେ ତାଲିବାନ ସଂଗଠନଙ୍କ ବିଶ୍ୱାସ ଜିତିବାରେ ବିଫଳ ହୋଇଛି । ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ସଂଗଠନର ଶାସନରେ ମହିଳାମାନେ ଭୟଭୀତ ହୋଇପଡ଼ିଥିବା ଲୋକଲୋଚନକୁ ଆସିଛି । ମହିଳାମାନଙ୍କ ଅଧିକାରକୁ ବଜାୟ ରଖିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସତ୍ୱେ ଶିକ୍ଷିତ ମହିଳାମାନେ ଭୟଭୀତ ହୋଇ ଦେଶ ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି ।
ଏହାର ମୁଖ୍ୟ ଉଦାହରଣ ହେଉଛି, ଟୋଲୋ ନ୍ୟୁଜ୍‌ ଆଙ୍କର୍‌ ବେହିସ୍ତା ଅର୍ଧନ୍ଦ, ଯିଏ ଲାଇଭ୍‌ ପ୍ରସାରଣରେ ତାଲିବାନ ମୁଖପାତ୍ରଙ୍କ ସାକ୍ଷାତକାର ନେଇଥିଲେ । ସେ ପ୍ରଥମ ଆଫଗାନିସ୍ତାନ ମହିଳା ଥିଲେ, କିନ୍ତୁ ତାଲିବାନର ହସ୍ତକ୍ଷେପ ଏବଂ ଧମକ ଯୋଗୁଁ ସେ ଏକ ସପ୍ତାହ ମଧ୍ୟରେ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ ।

ଥିଙ୍କ ଟ୍ୟାଙ୍କ ଇଂଟରନ୍ୟାସନାଲ ଫୋରମ୍‌ ଫର ରାଇଟ୍‌ ଆଣ୍ଡ ସିକ୍ୟୁରିଟି କହିଛି ଯେ, ଯେତେବେଳେ ଅର୍ଧନ୍ଦ ପରି ଜଣେ ଶିକ୍ଷିତ ମହିଳାଙ୍କୁ ତାଲିବାନ ଭୟରେ ପଳାଇବାକୁ ପଡିଛି, ସେତେବେଳେ ଗାଁ ଓ ସହରରେ ରହୁଥିବା ସାଧାରଣ ମହିଳାଙ୍କ ଦୁଃଖ ଏଥିରୁ ଅନୁମାନ କରିହେବ । ଫୋରମ୍‌ ଏହାର ରିପୋର୍ଟରେ କହିଛି ଯେ, ତାଲିବାନ ଯାହାକୁ ସାମ୍ବାଦିକ ସମ୍ମିଳନୀରେ ଏବଂ ଟିଭିରେ ଦେଖାଉଛି, ତାହା ପ୍ରକୃତ ଚେହେରା ନୁହେଁ । କ୍ୟାମେରା ଠାରୁ ଦୂରରେ ସାଧାରଣ ନାଗରିକମାନେ ତାଙ୍କର ଦୁଇ ଦଶନ୍ଧି ପୁରୁଣା ବନ୍ୟ ଚେହେରାକୁ ସାମ୍ନା କରୁଛନ୍ତି । ଆତଙ୍କବାଦୀମାନେ ଛୋଟ ସହର ଏବଂ ଗ୍ରାମରେ ମହିଳା ଏବଂ ସାଧାରଣ ନାଗରିକଙ୍କୁ ନିର୍ୟାତନା ଦେଉଥିବା ଜଣାପଡ଼ିଛି ।

କିଛି ମହିଳା କର୍ମଚାରୀମାନେ ବ୍ୟାଙ୍କରେ କାମ ବନ୍ଦ କରିସାରିଛନ୍ତି । ଏପରିକି ମହିଳା ପୋଲିସ କର୍ମଚାରୀଙ୍କୁ ଧମକ ଦିଆଯାଉଛି । ସହରାଂଚଳଠାରୁ ଦୂରକୁ ମହିଳା, ଝିଅମାନେ ପରିବାରର ପୁରୁଷଙ୍କ ବିନା ରାସ୍ତାରେ ଯାଇପାରିବେ ନାହିଁ । ସରକାରରେ ମହିଳାଙ୍କ ପାଇଁ ସ୍ଥାନର ଅଭାବ ମଧ୍ୟ ସ୍ପଷ୍ଟ କରିଛି ଯେ, ତାଲିବାନ ଶାସନ ଅଧୀନରେ ମିଥ୍ୟା ଓ ନିର୍ୟାତନା ବ୍ୟତୀତ ସେମାନଙ୍କ ପାଇଁ ଆଉ କିଛି ନାହିଁ ।

କାବୁଲର ମଧ୍ୟବର୍ତ୍ତୀକାଳୀନ ମେୟର ହମଦୁଲ୍ଲା ନମୋନୀ ସହରର କାର୍ୟ୍ୟରତ ମହିଳାମାନଙ୍କୁ ନୂତନ ସରକାରଙ୍କ ନିୟମ ଦର୍ଶାଇ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନମୋନୀ କହିଛନ୍ତି ଯେ, କେବଳ ସେହି ମହିଳାମାନଙ୍କୁ କାର୍ୟ୍ୟକୁ ଯିବାକୁ ଅନୁମତି ଦିଆଯିବ, ଯାହାର ସ୍ଥାନ ବର୍ତ୍ତମାନ ସୁଦ୍ଧା କୌଣସି ପୁରୁଷ କରିପାରିବେ ନାହିଁ । ଯେପରିକି ଇଞ୍ଜିନିୟରିଂ ଏବଂ ଡିଜାଇନ ଭଳି କୌଶଳ କାର୍ୟ୍ୟ କିମ୍ବା ମହିଳାମାନଙ୍କୁ ସର୍ବସାଧାରଣ ମହିଳା ଶୌଚାଳୟରେ କାମ କରିବାକୁ ଅନୁମତି ଦିଆଯିବ ।

pc pk
Leave A Reply

Your email address will not be published.