oom

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ମାଣ ହୋଇଛି ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷ ଗୋଷ୍ଠୀ ଶୌଚାଳୟ

jsmm

ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨ ଅକ୍ଟୋବର ୨୦୧୯ ସୁଦ୍ଧା ଦେଶକୁ ଖୋଲା ମଳମୁକ୍ତ (ଓଡିଏଫ) କରିବା ଲାଗି ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା । କାର୍ୟ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୧୦ କୋଟିରୁ ଅଧିକ ବ୍ୟକ୍ତିଗତ ପାରିବାରିକ ପାଇଖାନା ନିର୍ମାଣ କରାଯାଇଥିଲା। ଧାର୍ୟ୍ୟ ଲକ୍ଷ୍ୟ ମୁତାବକ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ନିଜକୁ ଓଡିଏଫ ଘୋଷଣା କରିଥିଲେ । ଜିଲ୍ଲାଗୁଡ଼ିକର ଓଡିଏଫ ସ୍ଥିତିକୁ ସୁନିଶ୍ଚିତ କରି ଜିଲ୍ଲାପାଳମାନଙ୍କର ଦସ୍ତଖତ ଥିବା ପ୍ରମାଣପତ୍ର ସବୁ ଜିଲ୍ଲା ପକ୍ଷରୁ ଅପଲୋଡ୍‌ କରାଯାଇଥିଲା। ଏହାପରେ ଯୋଜନାରୁ ବାଦ୍‌ ପଡ଼ିଥିବା ପରିବାର କିମ୍ବା ନୂଆ ପରିବାରକୁ ଏହି କାର୍ୟ୍ୟକ୍ରମ ଅଧୀନରେ ପାଇଖାନା ନିର୍ମାଣ କରିବା ଲାଗି ସହାୟତା ଦେବା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ସ୍ୱଚ୍ଛତା ଏକ ରାଜ୍ୟ ବିଷୟ ଏବଂ ଶୌଚାଳୟ ନିର୍ମାଣ କରିବା, ବ୍ୟବହାରଜନିତ କାର୍ୟ୍ୟକଳାପ ଆରମ୍ଭ କରିବା ସହିତ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯୋଗାଇ ଦେବା ଏବଂ ବିଭିନ୍ନ କାର୍ୟ୍ୟକଳାପକୁ ଜାରି ରଖିବା ଆଦିର ଦାୟିତ୍ୱ ରାଜ୍ୟମାନଙ୍କ ଉପରେ ନ୍ୟସ୍ତ ରହିଛି । ଶୌଚାଳୟ ନିର୍ମାଣ କରିବା/ସୁବିଧା ଯୋଗାଇ ଦେବା ଛଡ଼ା ଏହାର ନିରନ୍ତର ବ୍ୟବହାର ଓଡିଏଫ ସ୍ଥିତି ପାଇଁ ଜରୁରି, ଏହା ଏକ ପ୍ରମୁଖ ଅଭ୍ୟାସଗତ ପ୍ରସଙ୍ଗ। ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଦ୍ୱିତୀୟ ପର୍ୟ୍ୟାୟ ୧ ଏପ୍ରିଲ ୨୦୨୦ରେ ଆରମ୍ଭ ହୋଇଥିଲା। ଏଥିରେ ନିରନ୍ତର ବ୍ୟବହାର ପରିବର୍ତ୍ତନ ଅଭିଯାନ, ଓଡିଏଫ ସ୍ଥିତିକୁ ବଜାୟ ରଖିବା, କେହି ଜଣେ ଯେପରି ପଛରେ ପଡ଼ି ନଯାଆନ୍ତି ତାହା ସୁନିଶ୍ଚିତ କରିବା ଏବଂ ଗ୍ରାମାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯୋଗାଇ ଦେବା, ବାକି ରହିଯାଇଥିଲା, ନୂଆ କରି ଗଠନ ହୋଇଥିବା ପରିବାର ପାଇଁ ପାଇଖାନା ନିର୍ମାଣ କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରୟାସ ଜାରି ରହିଲା ।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ରେ ମୁଖ୍ୟତଃ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇଛି ଏବଂ ଏଥିରେ ୧୩୧ଟି ସୂଚକାଙ୍କକୁ ସାମିଲ କରାଯାଏ। ପରିମଳ ହେଉଛି ଏହାର ଏକ ଛୋଟ ଅଂଶ, ଯାହା ଘରର ସମ୍ପତ୍ତିର ଅଂଶ ଭାବରେ ଧରାଯାଇଥାଏ। ଏପରି ପରିମଳ ମାପଦଣ୍ଡରେ ଏନଏଫଏଚଏସ ଐତିହାସିକ ଭାବେ ଉନ୍ନତ ଶୌଚାଳୟ ବ୍ୟବହାର ଉପରେ ଜୋର ଦେଇ ଆସିଛି । ଏନଏଫଏଚଏସ ପର୍ୟ୍ୟାୟ ପାଞ୍ଚରେ ପାନୀୟ ଜଳ ଓ ପରିମଳ ବିଭାଗର ପରାମର୍ଶକ୍ରମେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୌଚାଳୟ ବ୍ୟବହାରକୁ ଏଥିରେ ସାମିଲ କରିଛି ।
ଏନଏଫଏଚଏସର ଅନୁସନ୍ଧାନକୁ ଆଧାର କରି ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଥିଲା ଏବଂ ସେମାନଙ୍କ ସ୍ତରରେ ପରିମଳ ସ୍ଥିତି ଆକଳନ କରିବାକୁ କୁହାଯାଇଥିଲା। ନମୁନା ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ଆକଳନ ଏନଏଫଏଚଏସ-୫ର ତଥ୍ୟ ସହିତ ମେଳ ଖାଉ ନାହିଁ । କିଛି ରାଜ୍ୟରେ ଅଧିକ ତାରତମ୍ୟ ଦେଖିବାକୁ ମିଳିଛି ।

ଅକ୍ଟୋବର ୨୦୧୪ ପରଠାରୁ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । କେହି ଜଣେ ଯେପରି ଶୌଚାଳୟ ସୁବିଧା ଠାରୁ ବଞ୍ଚିତ ନରୁହନ୍ତି ତାହା ସୁନିଶ୍ଚିତ କରିବା ଲାଗି ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଦ୍ୱିତୀୟ ପର୍ୟ୍ୟାୟରେ ଏପ୍ରିଲ ୨୦୨୦ ପରଠାରୁ ୯୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି ।
ବିଭାଗ ପକ୍ଷରୁ ନିରପେକ୍ଷ ସଂସ୍ଥାଗୁଡ଼ିକ ଦ୍ୱାରା ସର୍ବେକ୍ଷଣ କରାଯାଇ ଦେଶବ୍ୟାପୀ ସ୍ୱଚ୍ଛତା ସ୍ଥିତି ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି । ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୨୨ ଅଧୀନରେ ଦେଶର ୩୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୭୦୯ଟି ଜିଲ୍ଲା ୧୭,୫୫୯ ଗ୍ରାମରେ ସର୍ଭେ କରାଯାଇଥିଲା । ଏହି ସର୍ବେକ୍ଷଣରେ ସାମିଲ ହୋଇଥିବା ଦେଶର ୯୫.୪% ପରିବାର ନିକଟରେ ଶୌଚାଳୟ ସୁବିଧା ରହିଛି ଏବଂ ୯୫.୪% ଲୋକ ନିୟମିତ ଶୌଚାଳୟ ବ୍ୟବହାର କରୁଛନ୍ତି ।

jittmm
Leave A Reply

Your email address will not be published.