ସୁରକ୍ଷା ବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିହତ : ଗୁଳାବାରୁଦ ଜବତ, ସର୍ଚ୍ଚ ଅପରେସନ ଜାରି

କାଶ୍ମୀର : ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ବୁଧବାର ଦିନ ଶ୍ରୀନଗର ଜିଲ୍ଲାର ନୋଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି, ତେଣୁ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେହି ଅଞ୍ଚଳର ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁସାରେ, ଯେତେବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ସେତେବେଳେ ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ଆଧାରରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହାର ଜବାବରେ ସୁରକ୍ଷା ବାହିନୀରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଅପରେସନ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍‌ନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଭଳି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.