ବିଦ୍ୟାଳୟ ଖୋଲିବା ପୂର୍ବରୁ ସତର୍କ ଘଣ୍ଟି : ଅନେକ ରାଜ୍ୟରେ ପିଲାମାନେ କରୋନା ପଜିଟିଭ୍ ହେଉଛନ୍ତି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣର ମନ୍ଥରତା ଦେଖି ରାଜ୍ୟଗୁଡ଼ିକ ବିଦ୍ୟାଳୟ ଖୋଲିବା ଆରମ୍ଭ କରିଛନ୍ତି । ବିହାର, ପଞ୍ଜାବ, ହରିୟାଣା, ଗୁଜୁରାଟ, ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ସରକାର ସିନିୟର ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଛନ୍ତି । କାଁ ଭାଁ କେଉଁଠି କେମିତି ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟ ଖୋଲାଅଛି । ଗୁଜୁରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି । ତେବେ କିଛି ଖବର ସତର୍କ ଘଣ୍ଟି ଦେଇଛି । ସେ ପଂଜାବ ହେଉ କିମ୍ବା ହରିୟାଣା, ମହାରାଷ୍ଟ୍ର ହେଉ କିମ୍ବା ହିମାଚଳ ପ୍ରଦେଶ, ପିଲାମାନେ କରୋନା ପଜିଟିଭ୍ ହେଉଥିବା ଜଣାପଡ଼ିଛି । ଏହା ପିତାମାତାଙ୍କ ଚିନ୍ତା ବଢ଼ାଇ ଦେଇଛି, ଯେଉଁମାନେ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଚାହୁଁଥିଲେ ।

ଅଗଷ୍ଟ ୨ ରୁ ପଞ୍ଜାବରେ ସମସ୍ତ ଶ୍ରେଣୀର ବିଦ୍ୟାଳୟ ଖୋଲାଯାଇଥିଲା । କିଛି ଦିନ ପରେ ଫଳାଫଳ ଦୃଶ୍ୟମାନ ହେଲା । ଲୁଧିଆନାର ୨ଟି ବିଦ୍ୟାଳୟରେ ୨୦ ଜଣ ଶିଶୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟ ଛାତ୍ରମାନଙ୍କୁ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଲୁଧିଆନା ବ୍ୟତୀତ ହୋସିଆରପୁରରେ ୬, ଅବୋହରରେ ୩, ନୱାନସହରରେ ୨ ଏବଂ ଅମୃତସରର ଜଣେ ଛାତ୍ର କୋଭିଡ଼ ପଜିଟିଭ୍ ଥିବା ଜଣାପଡିଛି ।

ସମସ୍ତ ରାଜ୍ୟରେ ଯେଉଁଠାରେ ବିଦ୍ୟାଳୟଗୁଡ଼ିକ ଖୋଲା ଅଛି, ସେଠାରେ ଉପସ୍ଥାନକୁ ସର୍ବାଧିକ ୫୦% କୁ ବୃଦ୍ଧି କରାଯାଇଛି କିମ୍ବା ବିଭିନ୍ନ ସିଫ୍ଟରେ ଡକାଯାଉଛି, ଯାହା ଦ୍‌ଦ୍ୱାରା ଏକ ସମୟରେ ଅଧିକ ଭିଡ଼ ହେବନାହିିଁ । ଏଣୁ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା କମ୍ ରହିଛି । ଅଧିକାଂଶ ଅଭିଭାବକମାନେ ପିଲାମାନଙ୍କୁ ଟିକା ଲାଗିବା ପର୍ୟ୍ୟନ୍ତ ଅଧିକାଂଶ ଅପେକ୍ଷା କରିବାକୁ ଚାହାଁନ୍ତି । ଅକ୍ଟୋବର-ନଭେମ୍ବର ସୁଦ୍ଧା ଏହି ଟିକା ପିଲାମାନଙ୍କ ପାଇଁ ପହଞ୍ଚିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.