ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଭୁପେନ୍ଦ୍ର ପଟେଲ ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି କୁବେର ଧିଣ୍ଡୋର, ବଚୁଭାଇ ଖାବଡ଼, ଜଗଦୀଶ ପାଞ୍ଚାଲ, ପୁରୁଷୋତ୍ତମ ସୋଲଙ୍କି, ମୁକେଶ ପଟେଲ, ଭିକୁସିଂ ପରମାର, ପ୍ରଫୁଲ୍ଲ ପେନସେରିଆ, କୁଂବରଜି ହଲପାତି, କଠୋର ସାଙ୍ଗଭି, ରିଷିକେଶ ପଟେଲ, କନୁଭାଇ ଦେଶାଇ, ରାଘବଜୀ ପଟେଲ, କୁନୱର ଜୀ ବାବଲିଆ, ବଲୱନ୍ତ ସିଂ ରାଜପୁତ, ମୁଲୁଭାଇ ବେରା, ଭାନୁବେନ୍ ବାବାରିଆ ।

ସୂଚନାଯୋଗ୍ୟ ଯେ, ଗୁଜରାଟରେ ବିଜେପିର ରେକର୍ଡ ବିଜୟ ପରେ ଭୁପେନ୍ଦ୍ର ପଟେଲ ସୋମବାର କ୍ରମାଗତ ଦ୍ୱିତୀୟ ଥର ପାଇଁ ସିଏମ୍ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଅପରାହ୍ନ ୨ ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସିଏମ୍‌ ଭୁପେନ୍ଦ୍ର ପଟେଲଙ୍କ ସହ ସରକାରର ଅନେକ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରୁଛନ୍ତି ।

କୁହାଯାଇଛି ଯେ, ଐତିହାସିକ ବିଜୟ ପରେ ଶପଥ ଗ୍ରହଣ ସମାରୋହକୁ ସ୍ମରଣୀୟ କରିବା ପାଇଁ ବିଜେପି ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏହି ଶପଥ ଗ୍ରହଣ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେପି ନଡା, ବିଜେପି ଶାସିତ ରାଜ୍ୟର ସିଏମ, କେନ୍ଦ୍ର ମନ୍ତ୍ରୀ ଏବଂ ବହୁ ଭେଟେରାନ ବିଜେପି ନେତା ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.