- ସାରା ଦେଶରେ ପରିବର୍ତ୍ତନ ଆଣିବ ହିମାଚଳର ପରିଣାମ : ସୁଖବିନ୍ଦର ସିଂ ସୁଖୁ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ଶପଥ ପାଠ କରାଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ ଅଗ୍ନିହୋତ୍ରୀ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ମଲ୍ଲିକାର୍ଜୁନ ଖଡ୍ଗେ, ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ ମଧ୍ୟ ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷ ପ୍ରତିଭା ସିଂହଙ୍କ ଘରେ ପହଞ୍ଚି ସାକ୍ଷାତ କରିଥିଲେ । ସୁଖବିନ୍ଦର କହିଛନ୍ତି ଯେ, ତାଙ୍କର ପିତା ହିମାଚଳ ରୋଡୱେଜ୍ରେ ଜଣେ ଡ୍ରାଇଭର୍ ଥିଲେ । ସେ ଶିମଲାରେ କ୍ଷୀର ବିକ୍ରି କରି ଏନଏସୟୁଆଇରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଏବେ ରାଜନୀତିରେ ପରିବର୍ତ୍ତନ ହେଉଛି । କଂଗ୍ରେସରେ ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ଦାୟିତ୍ଵ ଦିଆଯାଉଛି । ହିମାଚଳର ପରିଣାମ ସାରା ଦେଶରେ ପରିବର୍ତ୍ତନ ଆଣିବ ।