ଗୁଜୁରାଟର ସାବରମତି ଜେଲରେ କରୋନା ବିସ୍ଫୋରଣ : ୫୫ ଜଣ କଏଦୀଙ୍କ ସମେତ ଚାରି ଜଣ ଜେଲ କର୍ମଚାରୀ ସଂକ୍ରମିତ

ନୂଆଦି‌ଲ୍ଲୀ : ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଏବଂ କୋଭିଡ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି । ମହାମାରୀର ତୀବ୍ରତା ବଢ଼ିବା ସହିତ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଛି । କରୋନାର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟରେ ଶଯ୍ୟା, ଭେଣ୍ଟିଲେଟର, ରେମ୍‌ଡେସିଭିର ଏବଂ ଅମ୍ଳଜାନ ଅଭାବ ଦେଖାଯାଉଛି । ସୋମବାର ଦିନ, ଗତ ୨୪ ଘଣ୍ଟା ମଧ୍ୟରେ ୨.୭୪ ଲକ୍ଷ ନୂତନ କରୋନା ରୋଗୀଙ୍କ ସର୍ବାଧିକ ରେକର୍ଡ ମିଳିଛି ଏବଂ ପ୍ରାୟ ୧,୬୧୯ ଲୋକ ପ୍ରାଣ ହରାଇଛନ୍ତି । ଏବେ ଆମେରିକା ପରେ ଭାରତରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି ।

ଏମିତି ସମୟରେ ଅହମ୍ମଦାବାଦ ସହରର ସାବରମତି କେନ୍ଦ୍ରୀୟ ଜେଲରେ ୫୫ ଜଣ କଏଦୀ ଏବଂ ଚାରି ଜଣ ଜେଲ କର୍ମଚାରୀ ଗତ ସପ୍ତାହରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଡେପୁଟି ପୋଲିସ୍ ଅଧୀକ୍ଷକ (ସାବରମାତି ଜେଲ୍) ଡି.ଭି ରାଣା କହିଛନ୍ତି ଯେ, ସଂକ୍ରମିତ କଏଦୀମାନଙ୍କ ମଧ୍ୟରୁ ଅଧିକାଂଶ, ଯେଉଁମାନେ ନିକଟରେ ସେମାନଙ୍କ ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛି ।

ସେ କହିଛନ୍ତି ଯେ, ଜେଲର ପ୍ରାୟ ୩୨୦୦ ଅନ୍ତେବାସୀଙ୍କୁ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଉଛି । ଗତ ଏକ ସପ୍ତାହ ମଧ୍ୟରେ ୫୫ କଏଦୀ ଏବଂ ଚାରିଜଣ ଜେଲ କର୍ମଚାରୀ କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.