ବିଓବି ପକ୍ଷରୁ ‘ଡିଜିଟାଲ ଋଣ’ କର୍ମଶାଳା

ନୂଆଦିଲ୍ଲୀ : ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଏକ ଜାତୀୟ ସ୍ତରର କର୍ମଶାଳା ‘ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ’ ପଞ୍ଜାବର ଅମୃତସରଠାରେ ଆୟୋଜିତ ହୋଇଯାଇଛି । ବିଶେଷ କରି ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ନିମନ୍ତେ ‘ଡିଜିଟାଲ ଋଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଉକ୍ତ ହିନ୍ଦୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଦେଶର ପ୍ରମୁଖ ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅପରପକ୍ଷରେ ଉକ୍ତ ସମ୍ମିଳନୀର ପୃଷ୍ଠଭୂମି ଉପରେ ବିଓବିର ରାଜଭାଷା ଏବଂ ସଂସଦୀୟ ସମିତିର ମୁଖ୍ୟ ସଞ୍ଜୟ ସିଂହ ବିସ୍ତୃତ ଆଲୋକପାତ କରିଥିଲେ । ସେହିଭଳି ବର୍ତ୍ତମାନ ସମୟରେ ଡିଜିଟାଲିକରଣ ପ୍ରକ୍ରିୟା ଉପରେ ସଚେତନତା ଆଣିବା ନିମନ୍ତେ ‘ଡିଜିଟାଲ ଋଣ’ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଉଛି ବୋଲି ସେ ମତପ୍ରକାଶ କରିଛନ୍ତି । ଏପରିକି ବିଓବି ଦ୍ୱାରା ଦୀର୍ଘ ୯ବର୍ଷ ଧରି ଏହି ପ୍ରକାରର ହିନ୍ଦୀ ସମ୍ମିଳନୀର ଆୟୋଜନ କରାଯାଉଛି । ଯେଉଁଥିରେ ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକର କର୍ମଚାରୀମାନେ ଯୋଗ ଦେଉଛନ୍ତି । ଏହି ଅବସରରେ ବିଓବି ଅମୃତସର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ସତ୍‌ପାଲ ମେହେର ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ଆଶୋକ କୁମାର ବିଶେଷ ଭାବେ ଉପସ୍ଥିତ ଥିଲେ । ଉକ୍ତ ସମ୍ମିଳନୀରେ ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାଗୁଡିକର ଉଚ୍ଚାଧିକାରୀଙ୍କ ସମେତ ୧୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ବିଶେଷ କରି ବିଓବିର ସହାୟକ ମହାପ୍ରବନ୍ଧକ (ରାଜଭାଷା ଏବଂ ସଂସଦୀୟ ସମିତି) ପୁନୀତ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!