ମହିଳା ବିକିନି, ଓଢ଼ଣି, ଜିନ୍ସ କିମ୍ବା ବୁର୍ଖା ଯହା ବି ପିନ୍ଧନ୍ତୁ, ତାହା ସ୍ଥିର କରିବାର ଅଧିକାର ସେମାନଙ୍କର ରହିଛି : ଟ୍ୱିଟ କରି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ସ୍କୁଲ ଏବଂ କଲେଜରେ ବୁର୍ଖା ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ବିବାଦ ଉପୁଜିଛି । ଏହି ବିବାଦ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛି । କେତେକ ସଂସ୍ଥା ଏହାକୁ ମହିଳା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି । ବର୍ତ୍ତମାନ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରିୟଙ୍କା ଏହାକୁ ମହିଳା ଅଧିକାର ଉପରେ ଆକ୍ରମଣ ବୋଲି ମଧ୍ୟ କହିଛନ୍ତି । ପ୍ରିୟଙ୍କା ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମହିଳା ବିକିନି, ଓଢ଼ଣି, ଜିନ୍ସ କିମ୍ବା ବୁର୍ଖା ଯହା ବି ପିନ୍ଧନ୍ତୁ, ତାହା ସ୍ଥିର କରିବାର ଅଧିକାର ସେମାନଙ୍କର ରହିଛି । ଭାରତର ସମ୍ବିଧାନ ମଧ୍ୟ ଏହି ଅଧିକାର ପ୍ରଦାନ କରିଛି । ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ । ଲଡ଼କୀ ହୁଁ, ଲଢ଼ ସକ୍‌ତି ହୁଁ ।

Leave A Reply

Your email address will not be published.