ଜଲଗାଓଁ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ଟ୍ରକ ଦୁର୍ଘଟଣାର ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ କୁହାଯାଇଛି ଯେ, ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ହୃଦୟ ବିଦାରକ ଟ୍ରକ ଦୁର୍ଘଟଣାରେ ପ୍ରାଣହରାଇ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.