ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ବଢୁଥିବା ମୂଲ୍ୟରୁ ବର୍ତ୍ତମାନ ଲୋକଙ୍କୁ ଆଶ୍ୱସ୍ଥି ମିଳିବାର ଜଣାପଡୁନି । ଇନ୍ଧନର ମୂଲ୍ୟରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ତୈଳ କମ୍ପାନୀ ୫ ଦିନରେ ୪ ଥର ବଢି ସାରିଛି । ପୁଣିଥରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ବୃଦ୍ଧି ହୋଇଛି । ନୂଆ ମୂଲ୍ୟ ଆଜି ସକାଳ ୬ଟାରୁ ଲାଗୁ ହୋଇଛି ।

ସାର୍ବଜନୀକ କ୍ଷେତ୍ରରେ ତୈଳ କମ୍ପାନୀ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁସାରେ, ଦିଲ୍ଲୀରେ ଶୁକ୍ରବାରେ ଯେଉଁଠି ପେଟ୍ରୋଲ ୯୭.୮୧ ଟଙ୍କା ପ୍ରତି ଲିଟର ଥିଲା, ଏବେ ୮୦ ପଇସା ବଢି ଏହାର ମୂଲ୍ୟ ୯୮.୬୧ ଟଙ୍କା ପ୍ରତି ଲିଟର ହୋଇଯାଇଛି । ଡିଜେଲର ମୂଲ୍ୟ ପୂର୍ବରୁ ଯେଉଁଠି ୮୯.୦୭ ଟଙ୍କା ଥିଲା ଏବେ ଆଜି ଏହା ବଢି ୮୯.୮୭ ଟଙ୍କା ପ୍ରତି ଲିଟର ହୋଇଯାଇଛି ।

କମ୍ପାନୀ ଗୁଡିକ ଦ୍ୱାରା ଲଗାତାର ତେଲ ଦର ବଢିବା ଯୋଗୁଁ ଲୋକଙ୍କର ବଜେଟ୍‌ ଉପରେ ଏହାର ପ୍ରଭାବ ପଡିଛି । ଗତ ୫ ଦିନରେ ୪ ଥର ତେଲ ଦର ବଢି ସାରିଛି । ଅର୍ଥାତ ୫ ଦିନରେ ପେଟ୍ରୋଲ ଡିଜେଲ ୩.୨୦ ଟଙ୍କା ମହଙ୍ଗା ହୋଇଛି । ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଲଗାତାର ଜାରି ରହିଛି । ଦୁଇଟିର ମୂଲ୍ୟରେ ପୁଣିଥରେ ୮୦ ପଇସା ପ୍ରତି ଲିଟର ବୃଦ୍ଧି ହୋଇଛି । ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଏବେ ଆହୁରି ବଢିପାରେ ।

Leave A Reply

Your email address will not be published.